xmas

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଦୁଅ ପଚପଚା, କଚାଡି ପଡିଲେଣି ସରକାରୀ କର୍ମଚାରୀ

ସ୍ୱଚ୍ଚ ଭାରତ ଅଭିଯାନ ଫେଲ
ମାଲକାନଗିରି: ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଥିବାରୁ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହିତ କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବରେ ମହିଳା ମାନଙ୍କୁ ଅଧିକ ସମସ୍ୟା ହେଉଛି। ଅଫିସର ପ୍ରବେଶ ଦ୍ଵାର ସାମ୍ନାରେ କାଦୁଅ ହୋଇଯିବାରୁ, କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଗୋଡ଼ ଖସି ତଳେ ପଡ଼ି ଯାଇଥିବାର ନଜର ମଧ୍ୟ ରହିଛି। ପ୍ରତିବର୍ଷ ବର୍ଷା ହେଲେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହିତ, ଅନ୍ୟାନ୍ୟ କର୍ମଚାରୀ ତଥା କାର୍ଯ୍ୟାଳୟକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରକାଶ କରିଛନ୍ତି। ଏହି ବିଷୟରେ ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ, ମାଲକାନଗିରି ପୌର ପରିଷଦକୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଅବଗତ କରାଯାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ନିଆଯାଇ ନାହିଁ। ଅଫିସ କାର୍ଯ୍ୟାଳୟକୁ ଯିବା ସମୟରେ କଚାଡି ହୋଇ ପଡିଛନ୍ତି ବହୁ ସରକାରୀ କର୍ମଚାରୀ ଏଠାରେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପୂର୍ଣ ଫେଲ୍ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.