xmas

ମୋଟୁରେ ପହଞ୍ଚିଲେ ଜିଲ୍ଲାପାଳ: ଟ୍ରକ କର୍ମଚାରୀଙ୍କୁ ଖାଦ୍ୟ ବାଣ୍ଟିଲେ

ଅନ୍ୟ ରାସ୍ତା ଦେଇ ଯିବାକୁ ପରାମର୍ଶ ଦେଲେ

ମାଲକାନଗିରି,୨୫/୭: ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁରେ ଗୋଦାବରୀ ପାଣି ପଶିଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ।ଯାହାଫଳରେ ଆନ୍ଧ୍ରର ଚିନ୍ତୁର ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ ରାସ୍ତାର ଦୁଇ କଡରେ ଶହ ଶହ ଟ୍ରକ ଠିଆ ହୋଇ ରହିଛି। ଗତ ସାତ ଦିନ ଧରି ଟ୍ରକଗୁଡିକ ଠିଆ ହେବା ଫଳରେ ନିଜ ପାଖରେ ଥିବା ଖାଦ୍ୟ ଓ ପାନୀୟ ଜଳ ସମାପ୍ତ ହେବା ପରେ ବହୁ ସମସ୍ୟାରେ ପଡିଥିଲେ। ପ୍ରଶାସନ ତରଫରୁ କୌଣସି ସୁବିଧା କିମ୍ବା ସେମାନଙ୍କୁ ପଚରାଯାଉନଥିଲା। ସେଠାରେ ହିଁ ରନ୍ଧାବଢା ସହ ଶୋଇବା କାମ କରୁଥିଲେ। ଖବର ପ୍ରକାଶିତ ପରେ ସୂଚନା ପାଇବା ପରେ ଆଜି ସକାଳୁ ଜିଲ୍ଲାପାଳ ସଚିନ ପାୱାର ମୋଟୁ ଅଂଚଳ ଗସ୍ତ କରି ଟ୍ରକ କର୍ମଚାରୀଙ୍କ ଦୁଃଖ ବୁଝିଥିଲେ। ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନଙ୍କୁ ଘାଇ ମରାମତି ହେଲା ବେଳକୁ ବିଳମ୍ବ ହେବା ନେଇ କହିବା ସହ ଅନ୍ୟତ୍ର ରାସ୍ତାରେ ଯିବା ପାଇଁ ପରାମର୍ଶ ଦେଇଥିଲେ।। ଗତ ୭ ଦିନ ଧରି କୌଣସି ପ୍ରଶାସନ ଟ୍ରକ କର୍ମଚାରୀଙ୍କ ନିକଟରେ ପହଞ୍ଚିନଥିବା ବେଳେ ସେମାନଙ୍କ ଖାଦ୍ୟ, ପାନୀୟ ଓ ରହିବା ବିଷୟରେ କେହି ପଚାରିନଥିଲେ ବୋଲି କହିଥିଲେ। ଜିଲ୍ଲାପାଳ ଆନ୍ଧ୍ରର ଚିନ୍ତୁର ନିକଟରେ ଘାଇ ସୃଷ୍ଟି ହୋଇଥିବା ଅଂଚଳ ମଧ୍ୟ ବୁଲି ଦେଖିଥିଲେ। ପରେ ଆନ୍ଧ୍ରର ପୂର୍ତ୍ତ ବିଭାଗ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରିଥିଲେ। ଘାଇ ମରାମତି କରିବା ନେଇ ସେମାନଙ୍କୁ ଅନୁରୋଧ କରିଥିଲେ।ତେବେ ଏତେ ସଂଖ୍ୟକ ଟ୍ରକ କିପରି ଅନ୍ୟ ରାସ୍ତା ଦେଇ ଯିବା ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.