ମାଲକାନଗିରି: ନବ ନିର୍ବାଚିତ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ବିଧାନସଭାରେ ଉପସ୍ଥାପନ କରି ଆସୁଛନ୍ତି। ସେହିପରି ଆଜି ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି ଦୀର୍ଘ ସମୟ ଦାଦନ ଖଟିବାକୁ ଯାଉଥିବା ପରିବାର ବର୍ଗଙ୍କ ରାସନ୍ କାର୍ଡ କଟିଯିବା ସମସ୍ୟାକୁ ବିଧାନ ସଭାରେ ଉପସ୍ଥାପନ କରିଥିଲେ। ଖାଉଟି ଶ୍ରମିକ ମାନେ ନିଜ ପରିବାରଙ୍କୁ ଧରି ନିକଟ ଆନ୍ଧ୍ର ପ୍ରଦେଶ, ଛତିଶଗଡ ରାଜ୍ୟକୁ କାମ କରିବା ପାଇଁ ଯାଇଥାନ୍ତି ସେମାନେ ଫେରିଲା ପରେ ସେମାନଙ୍କ ରାସନ୍ କାର୍ଡ କଟି ଯାଉଥାଏ ଏବଂ ସେମାନେ କିପରି ରାସନ୍ ପାଇ ପାରିବେ ଏବଂ ଏହି ସମସ୍ୟାର ସମାଧାନ ପାଇଁ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଜଣାଇଲେ । ମାଲକାନଗିରି ଜିଲ୍ଲାପାଳଙ୍କ ଆଲୋଚନା କରି ଏହାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଜିଲ୍ଲାର ବିଦ୍ୟାଳୟ ଛାତରୁ ପାଣି ଗଳିବା, ଲାଙ୍ଗୁଏଜ ଶିକ୍ଷକ ନିଯୁକ୍ତି, ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ଇତ୍ୟାଦି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ଓ ଦେଶରେ ବିଜେପି ଡବଲ ଇଞ୍ଜିନ ସରକାର ରହିଥିବାରୁ ଏହି ମୌଳିକ ସମସ୍ୟା ଗୁଡ଼ିକ ଖୁବଶୀଘ୍ର ସମାଧାନ ହେବ ବୋଲି ମାଲକାନଗିରି ଜିଲ୍ଲାବାସୀ ଆଶା ବାନ୍ଧି ବସିଛନ୍ତି। ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା ଗୁଡ଼ିକ ବିଧାନସଭାରେ ଉପସ୍ଥାପନ କରିବା ଏବଂ ଏହାର ସମାଧାନ କରିବା ପାଇଁ ପ୍ରୟାସକୁ ଜିଲ୍ଲାବାସୀ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.