ଭୁବନେଶ୍ୱର, ୩୧/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ବୁଧବାର ଦିନ ୧୨ତମ ବାର୍ଷିକ ଉତ୍ସବ ‘ରେଣ୍ଡେଜଉସ୍ -୨୦୨୪’ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ୍ (ଏଚ୍ଆର୍ଏଓ) ର ସେକ୍ରେଟାରୀ ଜେନେରାଲ୍ ଶ୍ରୀ ମିଲିନ୍ଦ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଧୈର୍ଯ୍ୟ, ସଚ୍ଚୋଟତା ଓ କଠିନ ପରିଶ୍ରମ ମାଧ୍ୟମରେ ସବୁ କାର୍ଯ୍ୟ କରିବା ସମ୍ଭବପର ଅଟେ । ଏହି ତିନୋଟି ବିଷୟ ହସ୍ପିଟାଲିଟି ଶିକ୍ଷାର ମୁଖ୍ୟ ଆବଶ୍ୟକତା ବୋଲି ସେ କହିଥିଲେ ।
ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପାଇଁ ଶୁଭେଚ୍ଛା ଜଣାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଟିସି ୱେଲକମ୍ ହୋଟେଲ, ଭୁବନେଶ୍ୱରର ଏଚ୍ଆର୍ ମ୍ୟାନେଜର ଶ୍ରୀ ଅନିର୍ବଣ ଗୁହା ହସ୍ପିଟାଲିଟି ଓ ମ୍ୟାନେଜମେଂଟ କ୍ଷେତ୍ରରେ ଧୈର୍ଯ୍ୟର ସହିତ କିପରି ନିଜର ଦାୟିତ୍ୱକୁ ତୁଲାଇବାକୁ ହେବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।
ସେହିପରି ଓଲିଉଡ୍ ର ଅଭିନେତ୍ରୀ ଶ୍ରୀମତି ନୈନା ଦାଶ ତିୱାରୀ ଓ ଅଭିନେତା ଶ୍ରୀ ପ୍ରୀତିରାଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେଇଥିଲେ ।
ଏହି ବର୍ଷ ବାର୍ଷିକ ଉତ୍ସବର ଥିମ୍ ‘ପୂର୍ବାଂଚଳ ଏବଂ ସମୁଦ୍ର ବେଳାଭୂମି’ ରହିଛି । ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏ ବିଷୟ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।
ଶେଷରେ ଏସ୍ଏଚ୍ଏମ୍ର ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।