ପୁଣି ଲଜ୍ୟା; ନବମ ଶ୍ରେଣୀ ପୀଡିତାକୁ ଦୁର୍ବ୍ୟବହାର କଲେ ସହକାରୀ ଶିକ୍ଷକ

ଥାନାରେ ଏତଲା

ମାଲକାନଗିରି/କାଲିମେଳା ତା ୦୨/୦୮: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, କାଲିମେଳାରେ ନବମ ଛାତ୍ରୀକୁ ଅସାଦାଚରଣ କଲେ ସହକାରୀ ଶିକ୍ଷକ l ଜନୈକ ଶିକ୍ଷକ ଦୀପକ ନାୟକ, ୨୦୧୧ ମସିହାରୁ ଦୀର୍ଘ ୧୩ ବର୍ଷ ଧରି ବାଳିକା ଛାତ୍ରୀ ନିବାସ ମଧ୍ୟରେ ରହି ଆସୁଥିଲେ l ଦୀର୍ଘ ଦିନ ରହି ଆସୁଥିବା ଶିକ୍ଷକ ସାଙ୍ଗ ସାଥି ମେଳରେ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି l ଗତକାଲି ରାତିରେ ମଦ୍ୟପାନ କରି ବିଦ୍ୟାଳୟର ପରିସରରେ ଥିବା ନିଜ କ୍ୱାଟରକୁ ସହକାରୀ ଶିକ୍ଷକ ମଦ୍ୟପାନ କରି ସବୁଦିନ ପରି ଆସିଥିଲେ l ଏହା ପରେ ଛାତ୍ରୀ ନିବାସରେ ରହୁଥିବା ନବମ ଶ୍ରେଣୀ ପୀଡିତାକୁ ନିଜ କ୍ୱାଟରକୁ ଡାକି ଅସଦାଚରଣ କରିଥିଲେ ଓ ପ୍ରାୟ ୩ ଘଣ୍ଟା କାଳ ନିଜ କୋଠରୀରେ ରଖିଥିଲେ l ଏହା ପରେ ପୀଡିତା ଜଣଙ୍କୁ କାହା ପାଖରେ ଏହି ଘଟଣା ବିଷୟରେ କାହାକୁ କିଛି ନକହିବା ପାଇଁ ଧମକ ଦେଇଥିଲେ l କୌଶଳ କ୍ରମେ ପୀଡିତା ଜଣଙ୍କ ଶିକ୍ଷକ ଠାରୁ ଖସି ଆସିବା ପରେ ନିବାସର ୱାର୍ଡନ ଅନୁପମା ବେହେରାଙ୍କୁ ସବୁ କଥା କହିଥିଲେ l ସମସ୍ତ ଘଟଣା ଶୁଣିଲା ପରେ କଥା ଲୋକଲୋଚନକୁ ଆସିଥିଲା l ଏହା ପରେ ଘର ଲୋକ ଜାଣିଲା ପରେ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଲା ମାଡକାମୀକୁ ସାଥିରେ ନେଇ ପୀଡିତାର କକା ସନାତନ ବିଶ୍ୱାସ ମିଶି ଆସି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରି ଶିକ୍ଷକଙ୍କୁ ମଧ୍ୟ ଥାନାକୁ ହସ୍ତାନ୍ତରିତ କରିଥିଲେ l ପୀଡିତା ପରିବାରର ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଡି ଡବ୍ଲୁ ଓ ଶ୍ରୀନିବାସ ଅଚାରୀ ଓ ଶିଶୁ ମଙ୍ଗଳ ଅଧିକାରୀ ବିଭାଗର କର୍ମକର୍ତ୍ତା ମଧ୍ୟ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି l ଅନ୍ୟପଟେ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଶିକ୍ଷକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ଓ ଏନେଇ କାଲିମେଳା ଥାନାରେ ମାମଲା ୧୭୩/୨୦୨୪ ରୁଜୁ କରି ଧାରା ବି ଏ ନ ଏସ ୭୪, ୭୫, ୧୧୫(ii) ୧୨ଟି ଏଚ ପୋଷ୍କ ଆକ୍ଟ କରି ଘଟଣାର ତଦନ୍ତ କରୁଛନ୍ତି l

Leave A Reply

Your email address will not be published.