ଜଙ୍ଗଲରେ ଠାବ ହେଲା ସୁନାର ବାଘ

ଗୌହାଟି: ସୁନାର ହରିଣୀ କଥା ଶୁଣିଥିବେ। ଅବଶ୍ୟ ଏହା ରାମାୟଣ କଥା ବସ୍ତୁର ମରିଚର ମାୟା ରୂପ । କିନ୍ତୁ କେବେ ସୁନାର ବାଘ କଥା ଶୁଣିଛନ୍ତି କି ? ବୋଧ ହୁଏ ନୁହେଁ। କିନ୍ତୁ ସୁନାର ବାଘ ଅଛନ୍ତି। ସୁନା ତିଆରି କିମ୍ବା କୌଣସି ମାୟା ନୁହଁ ବରଂ ସେହି ରଙ୍ଗର ଝଟକୁଥିବା ବାଘ ଠାବ ହୋଇଛି। ଆସାମ ଜାତୀୟ ପାର୍କରେ ଏହି ବିରଳ ବାଘ ଠାବ ହୋଇଛି। ଏଥିସହ ସିଙ୍ଗ ଥିବା ଗଣ୍ଡାମାନଙ୍କର ମଧ୍ୟ ସନ୍ଧାନ ମିଳିଛି। ଆସାମ ଜାତୀୟ ପାର୍କ କାଜି ରଙ୍ଗାରେ ସୁନାର ରଙ୍ଗର ଏକ ବିରଳ ବାଘ ଠାବ କରାଯାଇଛି।

ସେହିପରି ସିଙ୍ଗ ଥିବା ଏକାଧିକ ଗଣ୍ଡାମାନ ମଧ୍ୟ ନଜରକୁ ଆସିଛନ୍ତି। ଏହି ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବେଙ୍ଗାଲୁରୁର ଜଣେ ପର୍ଯ୍ୟଟକଙ୍କ କ୍ୟାମେରାରେ ଏହି ବଣ୍ୟଯନ୍ତୁ କଏଦ ହୋଇଛନ୍ତି । ସେହିପରି ସେ ଉତ୍ତୋଳନ କରିଥିବା ଭିଡିଓରେ କିଛି ମଇଁସି ଏବଂ ହରିଣଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.