ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ବିଶ୍ୱ ମୂଳନିବାସୀ ଦିବସ ପାଳିତ

ମାଲକାନଗିରି: ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଅନୁକୂଲ୍ୟଡେ ମାଲକାନଗିରି ସଦର ଡ଼ିଏନକେ ଖେଳ ପଡ଼ିଆରେ ବିଶ୍ୱ ଆଦିବାସୀ (ମୂଳନିବାସୀ) ଦିବସ ଧୁମଧାମରେ ପାଳନ କରାଯାଇଛି। ହାଟପଦା ଠାରୁ ହଜାର ହଜାର ଲୋକ ନାଚ ଗୀତ କରି ପାରମ୍ପାରିକ ଭେଷଭୁଷା ଓ ବାଜା ବଜେଇ ବିଶାଳ ରାଳିରେ ଡ଼ିଏନକେ ଖେଳ ପଡ଼ିଆରେ ପହଞ୍ଚିଥିଲେ। ପରେ ପରେ କ୍ରିୟାନୁଷ୍ଠାନ କମିର ସଭାପତି ଜାରାଶବର ମାଡିଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲାରାଜୁ ଗେମେଲ ମୁଖ୍ୟ ଅତିଥି ଓ ସମାଜସେବୀ ଡ଼ଃ. କାମରାଜ କବାସୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଦେଶର ବିକାଶ ସକାଶେ ଦୁଇ ଦୁଇ ଥର ବିସ୍ଥାପିତ ହୋଇଥିବା ଚିତ୍ରକୋଣ୍ଡା ବିସ୍ଥାପିତଙ୍କୁ ଏପର୍ଯ୍ୟନ୍ତ ଜମି ପଟ୍ଟା ମିଳିନାହିଁ। ତୁରନ୍ତ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ ସହ ଜିଲ୍ଲାରେ ସମସ୍ତ ଜନଜାତି ଓ ପାରମ୍ପାରିକ ଟଫସିଲଭୁକ୍ତ ଜାତି ବର୍ଗର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ମୁଖ୍ୟ ଅତିଥି ଶ୍ରୀ ଗେମେଲ ଆଲୋକପାତ କରିଥିଲେ। ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଆନ୍ଧ୍ରରେ ନିର୍ମାଣାନାଧୀନ ବିବାଦୀୟ ବହୁମୁଖୀ ଇନ୍ଦିରା ସାଗର ପୋଲାଭରାମ ଡ୍ୟାମ ପ୍ରୋଜେକ୍ଟର ନିର୍ମାଣ ପୂର୍ବରୁ ୧୯୮୬ ଓ ୨୦୦୬ ବନ୍ୟାର ପଛୁଆ ଜଳ ଦ୍ୱାରା ମାଲକାନଗିରି ଜିଲ୍ଲାର ପୋଡ଼ିଆ, କାଲିମେଳା, କରୁକୋଣ୍ଡା ଓ ମାଥିଲି ତହସିଲରୁ ପ୍ରାୟ୧୩୦ ଖଣ୍ଡ ଗ୍ରାମ ପ୍ରଭାବିତ ହୋଇଥିଲା। ଡ୍ୟାମ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଜିଲ୍ଲାର କ୍ଷୟକ୍ଷତି ଆକଲନରୁ ବାହାରେ। ତେଣୁ ବିସ୍ଥାପନ ପୂର୍ବରୁ ଉଚିତ କ୍ଷତିପୂରଣ ଓ ଥଇଥାନର ବ୍ୟବସ୍ତା କରିବାକୁ ମୁଖ୍ୟବକ୍ତା ଡ଼ଃ କବାସୀ ଦାବି କରିଥିଲେ। ନିକଟରେ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣ ଉପରେ କୋଟା ଉପରେ କୋଟା ଓ ଜାତି ଭିତରେ ଉପଜାତି ସୃଷ୍ଟିପାଇଁ ରାୟ ଦେଇଛନ୍ତି। ଏହାକୁ ବିରୋଧ କରି ଚଳିତ ମାସ ଅଗଷ୍ଟ ୨୧ରେ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରିବାକୁ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ମାଡି କହିଥିଲେ। ଅନ୍ୟ ଅତିଥିମାନଙ୍କ ମଧରେ ଉପଦେଷ୍ଟା ଘନଶ୍ୟାମ ମାଡକାମୀ ଓ ରଥୀକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ ହରିବନ୍ଧ ଗଲରି, ଉପ ସଭାପତି ଘେନୁ ମୁଦୁଲି, ଇର୍ମା ପୋଡ଼ିଆମୀ, ବଳରାମ ଅନୁଗୁଳିଆ ଓ ବି, କାମେଶ୍ୱର ରାଓ, ସଂଯୋଜକ ଡମ୍ବରୁ ବାଘ, ସହ ସମ୍ପାଦକ ସହଦେବୀ ମାଡ଼ି ଓ କୁମାର ଜାଲିଆ, ସାଙ୍ଗଠନିକ ସମ୍ପାଦକ ମଦନ ଖସଲା, ସନାତନ କବାସୀ ଓ ଉମେଶ ଜାନି, ଆଇନଜୀବୀ ଭୂଦେଵ ମହାନନ୍ଦିଆ, ଏମ,ଡ଼ି, ସି,ଏମ ସଭାପତି ବିଜୟ ପୁସୁରୁ, ସମାଜସେବୀ ଧନୁର୍ଜୟ ହନ୍ତାଳ, ସର୍ବ କୁମାର ବିଶୋଇ, ପ୍ରଭାକର ସୁନା, ସୁନ୍ଦରାମ୍ମା ଗାଛା, ପାର୍ବତୀ ମାଡ଼ି, ଡ଼ିଡାଇ ସମାଜର ପ୍ରତିନିଧି ରାଜେନ୍ଦ୍ର ପଳାସୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ମୂଳନିବାସୀ ଏ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ ସଭା ପରିଚାଳନା କରିଥବା ବେଳେ କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.