ବିଦ୍ୟାଳୟ ଗଣଶିକ୍ଷା ସଚିବଙ୍କ ଦୁଇ ଦିନିଆ ମାଲକାନଗିରି ଗସ୍ତ

ମାଲକାନଗିରି, ୧୦।୮: ରାଜ୍ୟ ଗଣଶିକ୍ଷା ସଚିବ ଏସ୍.ଅସ୍ଵସ୍ଥି ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରି ବିଭିନ୍ନ ସମୀକ୍ଷା କରିଛନ୍ତି । ପ୍ରଥମ ଦିନ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ସେ ଯୋଗ ଦେଇ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଅଧ୍ୟକ୍ଷ ଓ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ ଓ ସମଗ୍ର ଶିକ୍ଷାର ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ଗସ୍ତର ଦ୍ବିତୀୟ ଦିବସରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଚାଲାଣଗୁଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ଗନ୍ଧିପାଲ୍ଲୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ, ଚିତ୍ରକୋଣ୍ଡା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟେମ୍ପରାରୀ କଲୋନୀ, ଚିତ୍ରକୋଣ୍ଡାକୁ ବୁଲି ଦେଖିବା ସହିତ ବିଦ୍ୟାଳୟରେ ଥିବା ମୌଳିକ ଅସୁବିଧା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କର ସହ ଆଲୋଚନା ଓ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ।

Leave A Reply

Your email address will not be published.