ଏମୟୁଜେ ତରଫରୁ ଜିଲ୍ଲାପାଳଙ୍କ ସ୍ବାଗତ ସମ୍ବର୍ଦ୍ଧନା

ମାଲକାନଗିରି,୧୩/୮: ମାଲକାନଗିରି ୟୁନିଅନ ଅଫ ଜୋରନାଲିଷ୍ଟ ତରଫରୁ ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ଏକ ଟିମ ନୂତନ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲ୍ଲାପାଳ ସହ ଏହି ଟିମ ଜିଲ୍ଲାର ଉନ୍ନତି ନେଇ ବିଶେଷ ଆଲୋଚନା କରିଥିଲେ। ଜିଲ୍ଲାର ବିକାଶ ଦ୍ରୁତ ଗତିରେ ଚାଲିଥିବା ବେଳେ ଜିଲ୍ଲାପାଳଙ୍କୁ ସାମ୍ବାଦିକ ସଂଘ ତରଫରୁ ସବୁ ସମୟରେ ସହଯୋଗର ହାତ ବଢାଯିବ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଥିଲେ। ଜିଲ୍ଲାପାଳ ପୁଲବାଣୀରେ ଥିବା ବେଳେ ତାଂକର କାର୍ଯ୍ୟକୁ ଜିଲ୍ଲାବାସୀ ଭୃୟସୀ ପ୍ରଶଂସା କରିଥିଲେ। ମାଲାକନଗିରି ଜିଲ୍ଲାରେ ମଧ୍ୟ ତାଂକର ଅବଦାନ ରହିବ ବୋଲି ଆଶା କରାଯାଉଛି। ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଆଜି ବି ବଣ୍ଡା, ଡିଡାୟୀ, କୋୟା, କନ୍ଧ,ଦୁରୁଆ ଭଳି ଆଦିବାସୀ ସଂପ୍ରଦାୟର ଲୋକେ ବିକାଶ ଠାରୁ ବହୁ ଦୁରରେ ରହିଛନ୍ତି। ଏମାନଙ୍କର ବିକାଶ ହେଲେ ହିଁ ଜିଲ୍ଲାର ବିକାଶ ହେବ ବୋଲି କୁହାଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମେନ୍ଦ୍ର ପରିଛା, ସତ୍ୟ ନାରାୟଣ ପଣ୍ଡା, ଶିବ କିର୍ତ୍ତନିୟା, ଅସିମ ବିଶ୍ବାସ, ଇଶ୍ବର ରାଓ, ଚକ୍ରଧର, ବିକ୍ରମ ପାଢୀ, ସଂତୋଷ ନାୟକ, ଜୋନ ଆବ୍ରାହମ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.