ସୋଆ ପ୍ର୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା କୃଷି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୯/୦୮ : କୃଷି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଅତ୍ୟାଧୁନିକ ଜ୍ଞାନକୌଶଳ ବିିଷୟରେ ପ୍ରକାଶିତ ଏକ ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ନିକଟରେ ଉନ୍ମୋଚିତ କରିଛନ୍ତି । ପୁସ୍ତକଟିକୁ ସୋଆର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌)ର ଆଡ୍‌ଜଂକ୍ଟ ପ୍ରଫେସର ରମେଶ ସି. ରାୟ ସଂପାଦିତ କରିଛନ୍ତି ।

‘ଟ୍ରାନ୍ସଫର୍ମିଙ୍ଗ୍ ଏଗ୍ରିକଲ୍‌ଚର ରେସିଡ୍ୟୁସ୍ ଫର୍ ସଷ୍ଟେନେବଲ ଡେଭଲପ୍‌ମେଂଟ-ଫ୍ରମ ୱେଷ୍ଟ ଟୁ ୱେଲ୍‌ଥ’ ଶୀର୍ଷକ ଏହି ପୁସ୍ତକଟିର ଅନ୍ୟ ଦୁଇଜଣ ସଂପାଦକ ହେଲେ ରାଜସ୍ଥାନର ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଫେସର ଜୟା ଆରୋରା ଏବଂ ଶ୍ରୀ ଅଭିଷେକ ଜୋଶୀ ।

ଏହି ପୁସ୍ତକଟିକୁ ସୁଇଜରଲ୍ୟାଣ୍ଡର ସ୍ପ୍ରିଙ୍ଗର ପକ୍ଷରୁ ପ୍ରକାଶନ କରାଯାଇଛି ।

ପ୍ରଫେସର ରାୟ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ରିଜିଓନାଲ୍ ସେଂଟର ଅଫ୍ ଆଇସିଏଆର୍‌-ସେଂଟ୍ରାଲ୍ ଟ୍ୟୁବର କ୍ରପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ମୁଖ୍ୟ ତଥା ପ୍ରମୁଖ ବୈଜ୍ଞାନିକ (ମାଇକ୍ରୋବାୟୋଲୋଜି) ।

ପୁସ୍ତକଟି ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଏବଂ ଏଥିରୁ ଶକ୍ତି ଉତ୍ପାଦନ ସମ୍ପର୍କିତ ପ୍ରକ୍ରିୟା ଉପରେ ଆଧାରିତ ।

Leave A Reply

Your email address will not be published.