ଭକ୍ତି ଅର୍ଘ୍ୟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶ୍ରୀ ପ୍ରଫୁଲ୍ଲ ମହାଲିକଙ୍କ ଦ୍ଵାରା ଲିଖିତ ଭକ୍ତି ପୁସ୍ତକ ‘ଭକ୍ତି ଅର୍ଘ୍ୟ’ ଆଜି ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କ କରକମଳରେ ଲୋକସେବା ଭବନ ନିଜ ପ୍ରକୋଷ୍ଠରେ ଉନ୍ମୋଚିତ ହୋଇଅଛି। ଶ୍ରୀ ପ୍ରଫୁଲ୍ଲ ମହାଳିକ ଏକାଧାରରେ ଜଣେ ସୁନାମଧନ୍ୟ ଲେଖକ, ଗାଳ୍ପିକ, କବି ଓ ଶିଶୁ ସାହିତ୍ୟିକ। ସାହିତ୍ୟ, ଗଳ୍ପ ଓ କବିତା କ୍ଷେତ୍ରରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମହାଳିକ ବହୁବାର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ମାନଙ୍କ ଦ୍ଵାରା ସମ୍ମାନିତ ହେବା ସଙ୍ଗେ ସଙ୍ଗେ ଶିଶୁ ସାରଥୀ ଉପାଧିରେ ବିଭୂଷିତ କରାଯାଇ ଛନ୍ତି। ଶ୍ରୀ ମହାଳିକ ସାତରୁ ଉର୍ଦ୍ଧ୍ବ ଗଳ୍ପ କବିତା ପୁସ୍ତକ ରଚନା କରିଅଛନ୍ତି। ଯାଜପୁର ନିବାସୀ ଶ୍ରୀ ମହାଳିକ ଜଣେ ଅବସରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ l

Leave A Reply

Your email address will not be published.