ବସଷ୍ଟାଣ୍ଡରେ ରହିଥିବା ଦୋକାନ ଗୃହର ହେଉନି ଏଗ୍ରୀମେଣ୍ଟ, ପୌର ଅଧକ୍ଷଙ୍କ ଦ୍ଵାରସ୍ଥ ହେଲେ ବ୍ୟବସାୟୀ

ମାଲକାନଗିରି, ୨୪।୮: ମାଲକାନଗିରି ଜିଲ୍ଲା ସଦରରେ ଥିବା ମୁଖ୍ୟ ବସଷ୍ଟାଣ୍ଡ ପରିସରରେ ଅନେକ ଦୋକାନ ଗୃହ ରହିଥିବା ବେଳେ ଏହି ଦୋକାନ ଗୃହ ଗୁଡିକରେ ଗତ ୧୩ ବର୍ଷ ଧରି ବ୍ୟବସାୟୀ ମାନେ ବିଭିନ୍ନ ବ୍ୟବସାୟ ମଧ୍ୟ କାରୀ ଆସୁଛନ୍ତି । ବସଷ୍ଟାଣ୍ଡ ପରିସରରେ ୧୯ଟି ଦୋକାନ ରହିଥିବା ବେଳେ ଗତ ୧୩ ବର୍ଷ ଧରି ଏଠାରେ ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ଦୋକାନ ଗୁଡିକର ଭଡା ମଧ୍ୟ ପୌର ପରିଷଦରେ ପଇଠ କରୁଛନ୍ତି । କିନ୍ତୁ ଏହା ସତ୍ବେ ମଧ୍ୟ ଆଜି ଯାଏଁ ଏହି ବ୍ୟବସାୟୀ ମାନଙ୍କ ସହ ପୌର ପରିଷଦ ପକ୍ଷରୁ ଦୋକାନ ଗୃହ ବାବଦକୁ ନେଇ କୌଣୟ ପ୍ରକାରର ଏଗ୍ରୀମେଣ୍ଟ କିମ୍ବା ଚୁକ୍ତି ହୋଇ ନାହି । ବର୍ଷ ବର୍ଷ ଧରି ବ୍ୟବସାୟୀ ମାନେ ଦୋକାନ ଗୃହକୁ ବ୍ୟବହାର କରି ଭଡା ଦେଉଥିବା ସହ ଏହାର ଏଗ୍ରୀମେଣ୍ଟ ମଧ୍ୟ କରିବା ପାଇଁ ବାରମ୍ବାର ଦାବି କରିବା ସହ ପୌର ପରିଷଦକୁ ଜଣାଇଥିଲେ । କିନ୍ତୁ ଏହା ସତ୍ବେ ମଧ୍ୟ କୌଣସି ପ୍ରକାରର ଏଗ୍ରୀମେଣ୍ଟ ହୋଇନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ତେବେ ଏହି ଏଗ୍ରୀମେଣ୍ଟ କରିବା ପାଇଁ ପୁନଃ ଦାବି କରି ବ୍ୟବସାୟୀ ମାନେ ମାଲକାନଗିରି ପୌର ଅଧକ୍ଷ ମନୋଜ କୁମାର ବାରିକଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.