ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ମାଲକାନଗିରି ଜିଲ୍ଲାର ୧୨୫ଟି ଗ୍ରାମ ସାମିଲ – ଜିଲ୍ଲାପାଳ

ମାଲକାନଗିରି,୨୪।୮: ମାଲକାନଗିରି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ଜିଲ୍ଲାର ତିନୋଟି ବ୍ଲକରେ ବସବାସ କରୁଥିବା ୧୨୫ଟି ଜନଜାତି ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯାଇଥିବା ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ସମନ୍ୱିତ ଆଦିବାସୀ ଉନ୍‌ୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିା ବିଶେଷ କରି ଖଇରପୁଟ, ଚିତ୍ରକୋଣ୍ଡା ଓ କୋରୁକୋଣ୍ଡା ବ୍ଲକରେ ବସବାସ କରୁଥିବା ବଣ୍ଡା, ଦିଦାୟୀ, ଏବଂ ଅନ୍ୟାନ୍ୟ ପଛୁଆ ଜନଜାତି ବର୍ଗ ଗ୍ରାମ ଗୁଡିକୁ ଚିହ୍ନଟ କରା ଯାଇଛିା ଏହି ଗ୍ରାମ ଗୁଡିକରେ ବସବାସ କରୁଥିବା ବାସିନ୍ଦା ମାନେ ଏହି ଯୋଜନା ସମ୍ବନ୍ଧରେ କିପରି ସଚେତନ ହୋଇ ଯୋଜନାର ଉପକୃତ ହୋଇ ପାରିବେ ସେଥିପାଇଁ ଏକ ସଚେତନତା ରଥକୁ ଜିଲ୍ଲାପାଳ ଆଜି ଉଦ୍ଘାଟନ କରିଛନ୍ତିା ବିଶେଷ କରି ଏହି ଅଭିଯାନ ହେଉଛି ଏହି ଆଦିବାସୀ ପରିବାରକୁ ପ୍ରମୁଖ ବ୍ୟକ୍ତିଗତ ଅଧିକାର ସହିତ ପରିପୁର୍ଣ କରିବା ଓ ଏହି ଗ୍ରାମ ଗୁଡିକୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପି.ଏମ୍ ଜନମନ ହସ୍ତକ୍ଷେପ ବିଷୟରେ ସୂଚନା ବିସ୍ତାର କରିବା, ଯାହା ଦ୍ୱାରା ଏହି ଆଦିବାସୀ ସମ୍ପ୍ରଦାୟ ଗୁଡିକ କେନ୍ଦ୍ର, ରାଜ୍ୟ ଯୋଜନା ଏବଂ ସଚେତନ ହେବାପାଇଁ ସକ୍ଷମ ହେବେ । ଏହାର ଲାଭ ଏହି ପଦ କ୍ଷେପ ଆଦିବାସୀ ପରିବାରକୁ ଅନ୍ତର୍ଭଉକ୍ତ କରିବ ଯେଉଁ ପରିବାର ଦୂରତା, ସଡକ ଅଭାବ ଓ ଡିଜିଟାଲ ସଂଯୋଗ ହେତୁ ଅପହଂଚ ହୋଇ ରହିଚି ସେମାନଙ୍କ ଦ୍ୱାରରେ ଏହି ସୁବିଧା ଯୋଗାଇ ଦିଆଯିବା ପ୍ରତି ଗ୍ରାମକୁ ଶତ ପ୍ରତିଶତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ଯୋଗାଇ ଦିଆଯିବ । ଏଥିସହ ଛାତ୍ର ବୃତି, ମାତୃତ୍ୱ ସୁବିଧା ଯୋଜନା, କିଷାନ କ୍ରେଡିଟ କାର୍ଡ, କିଷା ସାମନ ନିଧି, ଆଧାର କାର୍ଡ, କମ୍ୟୁନିଟି ସାର୍ଟିଫିକେଟ, ଜନଧନ ଏକାଉଂଟ, ଜଙ୍ଗଲ ଜମି ପଟ୍ଟା, ଭିନ୍ନକ୍ଷମ ପ୍ରମାଣ ପତ୍ର ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯିବ । ବର୍ତମାନ ଏହି ୧୨୫ଟି ଗ୍ରାମରେ ବିଡିଓ ଓ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ପ୍ରତି ଗ୍ରାମରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସେମାନେ କିପରି ଏହି ଯୋଜନାରେ ସାମିଲ ହୋଇ ପାରିବେ ସମସ୍ତ ବିଭାଗ ଏହି ସଚେତନ କାର୍ଯ୍ୟ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ତିନି ମାସ ମଧ୍ୟରେ ଏହି ଗ୍ରାମ ଗୁଡିକ ଶତ ପ୍ରତିଶତ ଯୋଜନାର ସୁଫଳ ପାଇଁ ଜିଲ୍ଲା ପ୍ରସାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛିା ତିନୋଟି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରା ଯାଇଥିଲା ବେଳେ ଏହି ଗ୍ରାମ ଗୁଡିକୁ ରାସ୍ତାଘାଟ, ବିଜୁଳି, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଇତ୍ୟାଦି ଅଗ୍ରାଧିକାର ଭିତିରେ ପୁରଣ କରାଯିବା ଗ୍ରାମ ଗୁଡିକ ହେଲା କୋରୁକୋଣ୍ଡା ବ୍ଲକର ନିଲାପାରି, ଖଇରପୁଟ ବ୍ଲକର ମୁଦୁଲିଗୁଡା, ତୁଲାଗୁରାମ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ ଅଂଶଗ୍ରହଣ କରିଥିଲୋ

Leave A Reply

Your email address will not be published.