ପଶ୍ଚିମବଙ୍ଗ ଡାକ୍ତର ଅଭୟାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ବିଧାନ କରିବା ପାଇଁ କାଣ୍ଡେଲ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଓ ଏସ୍‌.ପିଙ୍କୁ ଦେଲେ ଦାବି ପତ୍ର

ମାଲକାନଗିରି: ପଶ୍ଚିମବଙ୍ଗ କୋଲକାତା ଠାରେ ଆର୍‌.ଜି.କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଦୋଷୀଙ୍କ ବିରୁଦ୍ଧରେ କଟୋରରୁ କଟୋର ଦଣ୍ଡ ଦେବାପାଇଁ ସାରା ଦେଶରେ ପ୍ରତିବାଦ ଏବଂ ଦାବି ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରଦିବାଦ କରି ଆସୁଛନ୍ତି । ଏହି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ସତ୍ୟନାରାୟଣ ନରସିଙ୍ଗ କଲେଜର ୪୦୦ରୁ ଉର୍ଧ ଛାତ୍ରୀ ମାନେ ଆଜି ଏକ କାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇବା ସହ ଜିଲ୍ଲାପଳ ଓ ଏସ୍‌.ପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କଲେଜର ସମ୍ପାଦିକା ମମତା ପାଣିଗ୍ରାହିଙ୍କ ନେତୃତ୍ୱରେ ଛାତ୍ରୀ ମାନେ ବସଷ୍ଟାଣ୍ଡ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାଣ୍ଡେଲ ରାଲି କରି ସେଠାରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମଖ୍ୟ ରାସ୍ତା ଦେଇ ଏସ୍‌.ପି.ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.