ନୟାପଲ୍ଲୀ ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ୩୩ତମ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଏଥର ୫୬ ଫୁଟର ଗଣେଶ ପାଇବେ ପୁଜା

ଭୁବନେଶ୍ୱର: ନୟାପଲ୍ଲୀ ଅଧୀନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ପ୍ରାଙ୍ଗଣରେ ଚଳିତ ବର୍ଷ ୫୬ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମହାପ୍ରଭୁଙ୍କ ୩୩ତମ ମହୋତ୍ସବ ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ଚାଲିଛି। ତା ୦୭.୦୯ .୨୦୨୪ ରିଖ ଠାରୁ ତା ୧୭.୦୯.୨୦୨୪ରିଖ ପର୍ଯ୍ୟନ୍ତ ମହାଆଡମ୍ବର ସହକାରେ ପାଳନ ହେବା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ପ୍ରଥମ ଦିନ କଳସ ଶୋଭାଯାତ୍ରା ସହ ସନ୍ଧ୍ୟାରେ ଭଜନ ସମାରୋହ, ଦ୍ବିତୀୟ ଦିନ ରଙ୍ଗିଲା ଡ୍ୟାନ୍ସ ଗ୍ରୁପ, ତୃତୀୟ ଦିନ ଏଭରଗ୍ରୀନ ଡିଜିଟାଲ ନାଇଟ, ଚତୁର୍ଥ ସନ୍ଧ୍ୟାରେ ସର୍ଗମ ଅର୍କେଷ୍ଟ୍ରା, ପଞ୍ଚମ ସନ୍ଧ୍ୟାରେ ଜାଭେଦ ଡ୍ୟାନ୍ସ ଗ୍ରୁପ, ଷଷ୍ଠ ସନ୍ଧ୍ୟାରେ କିଙ୍ଗଷ୍ଟାର ଡାନ୍ସ ଗ୍ରୁପ, ସପ୍ତମ ସନ୍ଧ୍ୟାରେ ସୁରତାଲ, ଅର୍କେଷ୍ଟ୍ରା ଗ୍ରୁପ ସହ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ, ଅଷ୍ଟମ ସନ୍ଧ୍ୟାରେ ଗିତ ମିଳନ ଅର୍କେଷ୍ଟ୍ରା ଗ୍ରୁପ ସହ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ନବମ ସନ୍ଧ୍ୟାରେ ରକଷ୍ଟାର ମେଲୋଡି, ଦଶମ ସନ୍ଧ୍ୟାରେ ମେଲୋଡି ସୁରମହ୍ଲାର, ଏକାଦଶ ସନ୍ଧ୍ୟାରେ ଅର୍କେଷ୍ଟ୍ରା ମେଲୋଡି ନାଇଟ ଏବଂ ତା ୧୮.୦୯.୨୦୨୪ରିଖ ଭସାଣି ଉତ୍ସବ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ୫୦୦୦ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଅଛି। ୧୦୦ଜଣ ସଦସ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି ଏବଂ ୨୦ଜଣ ମୁଖ୍ୟ ସଦସ୍ୟଙ୍କୁ ୱାକିଟକିରର ବ୍ୟବସ୍ତା କରାଯାଇଅଛି। ପାୱାର ହାଉସ ଛକଠାରୁ ଡି.ଏ.ଭି. ସ୍କୁଲ ଛକ, ଏଚ.ଡି.ଏଫ.ସି. ଛକଠାରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ଅଲୋକୀ କରଣର ବ୍ୟବସ୍ତା କରାଯିବ ସହ ୧୦୦ଜଣ ଭଲ୍ୟୁଣ୍ଟରଙ୍କ ପାଇଁ ଟି-ସାର୍ଟର ବ୍ୟବସ୍ତା ମଧ୍ୟ କରାଯାଇଅଛି । ଏହି ସାମ୍ୱାଦିକ ସମ୍ମିଳନୀରେ ସଭାପତି ହିମାଂଶୁ ଶେଖର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବଡ଼ଜେନା, ଉପ-ସଭାପତି ସୁପ୍ରଭାତ ପ୍ରଧାନ, ସୁମନ୍ତ ସାମନ୍ତରାୟ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ନାୟକ, ସାଙ୍ଗଠନିକ ସମ୍ପାଦକ ସାଗର ବଳବନ୍ତରାୟ, ସନ୍ଦୀପ କୁମାର ବଳ, କୋଷାଧ୍ୟକ୍ଷ ଦେବାଶିଷ ପ୍ରଧାନ, ଗଣମାଧ୍ୟମ ସଂଯୋଜକ ମିଳନ କୁମାର ପାଇକରାୟ, ସହ-ସଂଯୋଜକ ସୋନୁ କୁମାର ସାହୁ, ସୋସିଆଲ ମିଡ଼ିଆ କୋର୍ଡିନେଟର ବିଶ୍ୱଜିତ ବଳବନ୍ତରାୟ, ସହ-ସମ୍ପାଦକ ସୁଜିତ ରାୟ, ସିତୁ ବଳବନ୍ତରାୟ, ସାଂସ୍କୃତିକ ସମ୍ପାଦକ ସନ୍ତୋଷ କୁମାର ସାହୁ, ଓ ସହ-ସାଂସ୍କୃତିକ ସମ୍ପାଦକ ସ୍ୱାଗତ ରାଜଦର୍ଶ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀ ଶେଷରେ ଗଣମାଧ୍ୟମ ଓ ପତ୍ରକାର ବନ୍ଧୁମାନଙ୍କର ଅକୁଣ୍ଠ ସାହାଯ୍ୟ ସହଯୋଗ ରହୁଥିବାରୁ ଗଣମାଧ୍ୟମ ସଂଯୋଜକ ମିଳନ କୁମାର ପାଇକରାୟ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.