ଶିକ୍ଷକ ମାନସ ରଞ୍ଜନ ପରିଡାଙ୍କୁ ବସନ୍ତ ବିଶ୍ବାଳ ସମ୍ମାନ

କଟକ: ଶିକ୍ଷକ ତଥା ସ୍କାଉଟ୍ସ ମାଷ୍ଟର ମାନସ ରଞ୍ଜନ ପରିଡାଙ୍କୁ ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସର୍ବୋଚ୍ଚ ସମ୍ମାନ ବସନ୍ତ ବିଶ୍ବାଳ ସମ୍ମାନ-୨୦୨୪ରେ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଭୁବନେଶ୍ବର ସ୍ଥିତ ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସମାରୋହରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ମିନତୀ ବେହେରାଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ, ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଏହି ସମ୍ମାନ ଲାଗି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ. ବିଶ୍ବଜିତ ଘୋଷ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମିତ ସେନ, ସମ୍ପାଦକ ଶିବାଶିଷ ସୁର, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ, ସୋମନାଥ ରାୟ, ସାତ୍ତ୍ଵିକ ଘୋଷ, ବିଶ୍ବଜିତ ସୁର, ଆଭାରାଣୀ ବୋଷ, ତାପସ ଚକ୍ରବର୍ତ୍ତୀ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର, ଶିକ୍ଷକ ଶିକ୍ଷୟିତ୍ରୀ, କଟକ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ପରିବାରର ସମସ୍ତ କର୍ମକର୍ତ୍ତା, ଆମ ସମ୍ବଳ ସଂଗଠନର କର୍ମକର୍ତ୍ତା, ଆମରା କଜନ ସଂଗଠନର କର୍ମକର୍ତ୍ତା ଶ୍ରୀ ପରିଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ଶ୍ରୀ ପରିଡା କେଶରପୁର ସ୍ଥିତ ମହାମାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶକ୍ଷକ ତଥା ସ୍କାଉଟ୍ସ ମାଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ଲାଗି ଶ୍ରୀ ପରିଡା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ପରିବାରର ସମସ୍ତ କର୍ମକର୍ତ୍ତା, କଟକ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର କର୍ମକର୍ତ୍ତା, ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଶୁଭେଚ୍ଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.