ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରେ ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର

ଭୁବନେଶ୍ୱର, ୧୬/୦୯ : ଆସନ୍ତା ମାସ ତାଓୟୁଆନ୍‌, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି ।

ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଇଣ୍ଡିଆନ୍ ଗେଟ୍‌ବଲ୍ ୟୁନିୟନ ପକ୍ଷରୁ ମନୋନୀତ ହୋଇଥିବା ୭ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି ।

ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ତାଓୟୁଆନ୍ ଠାରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ କ୍ଲାସିକ, ଟ୍ରିପିଲ୍ସ ଓ ଡବଲ୍ସ ଭିତିରେ ଖେଳାଯିବ । “ଏହା ଖୁବ୍ ଆକର୍ଷଣୀୟ ଟୁର୍ଣ୍ଣାମେଂଟ ହେବ ଏବଂ ମୋ ପାଇଁ ଗୋଟିଏ ଆର୍ନ୍ତଜାତିକ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ” ବୋଲି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଏହି ୬୪ ବର୍ଷୀୟ ପ୍ରଫେସର କହିଛନ୍ତି ।

ଭାରତୀୟ ଦଳରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ପାତ୍ର ଅଧିନାୟକ ଏବଂ ଉମାକାନ୍ତ ପାଣି, ଶରତ କୁମାର ପାତ୍ର, ଦିଲ୍ଲିପ କୁମାର ଷଡ଼ଙ୍ଗୀ, ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଖେଳାଳୀ ଭାବେ ସାମିଲ୍ ହୋଇଥିବା ବେଳେ ଦ୍ୱିୟପାୟନ ପଟ୍ଟନାୟକ ଉଭୟ ଖେଳାଳୀ ଓ ମ୍ୟାନେଜର୍ ଦାୟିତ୍ୱ ବହନ କରିବେ ।

କ୍ରୋକେଟ୍ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଗେଟ୍‌ବଲ୍ ଏକ ଗତିଶୀଳ ନନ୍ କଂଟାକ୍ଟ ଓ ହାଇଲି ଷ୍ଟାଟ୍ରେଜିକ୍ ଦଳଗତ କ୍ରୀଡା ଯାହାକି ଯେ କୌଣସି ବୟସରେ ଉଭୟ ପୁରୁଷ ଓ ମହିଳା ଖେଳି ପାରିବେ । ଏହି କ୍ରୀଡା ଜାପାନ, ଚୀନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଭିଏତନାମ, ଥାଇଲାଣ୍ଡ ଓ ତାଇୱାନରେ ଖୁବ୍ ଲୋକପ୍ରିୟ ।

Leave A Reply

Your email address will not be published.