ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ

ଜଣକର ଗୋଡ ଭାଙ୍ଗିବା ସହିତ ଆଠରୁ ଅଧିକ ଆହତ
ମାଲକାନଗିରି, ୧୭।୯: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଖେଳ ପଡିଆ ଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ମହିଳା ମାନଙ୍କ ବିକାଶ ଓ ସ୍ବାବଲମ୍ବୀ ଉଦ୍ୟେଶରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମକୁ ଡୁଡାମେଟା ଗ୍ରାମ ପଞ୍ଚାୟତ ବାଲାକାଟି ଗ୍ରାମରୁ ମହିଳାଙ୍କୁ ନେଇ ଆସୁଥିବା ପିକପ ଭ୍ୟାନ ଗାଡି ନଂ ଓଡି-୩୦ସି୮୮୦୫ଟି ଏମ୍ଭି-୩୧ନଂ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତେକ୍ଷ ଦର୍ସୀଙ୍କ କହିବା ଅନୁଯାଇ ଉକ୍ତ ଗାଡିରେ ବାଲାକାଟି ଗ୍ରାମର ପ୍ରାୟ ୨୦ରୁ ଅଧିକ ମହିଳା ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ସମୟରେ ଭାରଶ୍ୟାମ ହରାଇ ପିକପ ଭ୍ୟାନଟି ରାସ୍ତା କଡରେ ଥିବା ଜମି ଭିତରକୁ ଖସି ପଡିଥିଲା । ଗାଡିରେ ଥିବା ମହିଳା ମାନଙ୍କ ମଧ୍ୟରୁ ଗ୍ରାମର ଦେବେ ମାଡକାମୀଙ୍କ ଗୋଡ ଭାଙ୍ଗିବା ସହିତ ପ୍ରାୟ ୮ରୁ ଅଧିକ ମହିଳା ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥାନରେ ଥିବା ପଥଚାରୀ ମାନେ ଆହତ ମହିଳାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ୪ଜଣକୁ ଜିଲା ମୁଖ୍ୟାଳୟ ଚିକିସ୍ଚାଳୟକୁ ଅଧିକ ଚିକିସ୍ଛା ନିମନ୍ତେ ପଠାଯାଇଛି । ହେଲେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ତୁରନ୍ତ ଘଟଣାସ୍ଥଳରୁ ଗାଡି ମାଲିକ ଉଠାଇ ଘରକୁ ନେଇଥିବା କଥା କହିଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ।

Leave A Reply

Your email address will not be published.