ସ୍ଵେଚ୍ଛାକୃତ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ମାଲକାନଗିରି, ତା ୨୦/୦୯/୨୦୨୪ ରିଖ ଶୁକ୍ରବାର ମହେଶ୍ୱରୀ ସମାଜ ତରଫରୁ ପାଞ୍ଚ ଦିନିଆ ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ମାହେଶ୍ଵରୀ ଭବନଠାରେ ଉଦଘାଟିତ ହୋଇ ଯାଇଛି । ଏହି ଶିବିର ତା ୨୫.୦୯.୨୦୨୪ ରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୯ ଘଟିକା ଠାରୁ ଦିବା ୧୨ ଘଟିକା ଓ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ତପନ ନାରାୟଣ ରଥ ମାହେଶ୍ୱରୀ ସମାଜ ଦ୍ୱାରା ହେଉଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ, ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇ ବିନା ଔଷଧରେ ଆଣ୍ଠୁ ବ୍ୟଥା, ଆସ୍ଥମା, ମୁଣ୍ଡବ୍ୟଥା, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ଆକ୍ୟୁପ୍ରେସର ମାଧ୍ୟମରେ ଠିକ ହୋଇଯିବା ସମାଜ ପାଇଁ ବରଦାନ ହେବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାହେଶ୍ୱରୀ ସମାଜର ସଭାପତି ସୁରେଶ ସୋମାନୀ ସଭାପତିତ୍ୱ କରୁଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ରଂଜନ କୁମାର ସ୍ୱାଇଁ ଯୋଗ ଦେଇ ରୋଗ ପ୍ରତିକାରର ଏହି ପାଞ୍ଚଦିନ ଅଂଚ଼ଳ ପାଇଁ ବରଦାନ ସଦୃଶ୍ୟ ହେବ ବୋଲି ପ୍ରକାଶ କରିଥିଲେ। ବିହାର ଚ଼ୌଧୁରୀ ଦେବରାମ ଜାକର ଚୁମ୍ବକ ଓ ଥେରାପି ମାଧ୍ୟମରେ ରୋଗର ନିରାକରଣ ପାଇଁ ବିଭିନ୍ନ ଯନ୍ତ୍ର ରୋଗ ଉପଶମ ହେବା ନିୟମିତ ବ୍ୟବାହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କମଳତା ବାରି, ରାଜୀବ ଦରଗାର, ଦିଲ୍ଲିପ ସମାନିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହୋଇ ପାରିଛି ।

Leave A Reply

Your email address will not be published.