ଡ଼ଃ ଏସ.ପି.ଡିଗ୍ରୀ ମହାବିଦ୍ୟାଳୟରେ ଓଡିଆ ବିଭାଗ ପାଠଚକ୍ର ପାଳିତ

ଏମ.ଭି.୭୯: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ତାଣ୍ଡବାଇ ପଞ୍ଚାୟତ ଏମ.ଭି ୭୯ ସ୍ଥିତ ଡ଼ଃ.ଏସ. ପି. ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଓଡିଆ ବିଭାଗ ପକ୍ଷରୁ ପାଠଚକ୍ର ପାଳିତ ହୋଇଯାଇଛି । ପାଠଚକ୍ରରର ପ୍ରାରମ୍ଭରେ ସ୍ବାଗତ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ଏହି ପାଠଚକ୍ରର ବିଷୟ ବସ୍ତୁ ଥିଲା “ଓଡିଆ ଶିଶୁ ସାହିତ୍ୟ ଓ ଭାଷା ବିଜ୍ଞାନ” । ଏହି କାର୍ଯ୍ୟକ୍ରମରେ ଡଃ.ଏସ.ପି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ ମେଘନାଦ ବେହେରା ଓ ମାଲକାନଗିରି ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଶ୍ରୀ ତପନ କୁମାର ବେହେରା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଓ ଓଡିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ୩ ଗୋଟି ଛାତ୍ର ଛାତ୍ରୀ +୩ ଶେଷ ବର୍ଷର ଛାତ୍ର ଜୀବନ ସରକାର, ୨ୟ ବର୍ଷର ଛାତ୍ରୀ ସୋନାଲୀ ବାଲା, ଲକ୍ଷ୍ମୀ ପ୍ରିୟା ବେଟି ଭାଗ ନେଇ ପାଠଚକ୍ରର ବିଷୟକୁ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଷୟ ଉପରେ ପ୍ରଶ୍ନ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଥିଲା। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ବିଷୟ ଉପରେ ଅତି ସୁନ୍ଦର ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଶେଷରେ ବିଭାଗର ମୁଖ୍ୟ ଓ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ବିଷୟ ଉପରେ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.