ଡାକ୍ତରୀ ହେବେ ସ୍ୱାଭିମାନ ଅଞ୍ଚଳର ଝିଅ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସୁନା ଝିଅ ଅଙ୍କିତା ବେହେରା। ଚିତ୍ରକୋଣ୍ଡା ଅଞ୍ଚଳ ଶିକ୍ଷା ଓ ସ୍ବାସ୍ୟଃ କ୍ଷେତ୍ରରେ ଆଜିବି ପଛୁଆ ଏଭଳି କ୍ଷେତ୍ରରେ ଅଙ୍କିତା ଡାକ୍ତରୀ ପାଇବା ଆଶ୍ଚର୍ଯ୍ୟ ଓ ଖୁସି କଥା। ସେ ଅଲ ଇଣ୍ଡିଆ ନିଟ ରାଙ୍କ ୯୫୪୨୧ ଏବଂ ଷ୍ଟେଟ ରାଙ୍କରେ ୨୭୬୫ ଅଛି ବର୍ତ୍ତମାନ ତାଙ୍କୁ ଦ୍ଵିତୀୟ ସିଲେକ୍ସନ ମନୋନୀତ ହୋଇ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତରୀରେ ପାଠ ପଡିବେ। ସେ ଅକ୍ଲାନ୍ତ ପରିଶ୍ରମରେ ଏପରି କୀର୍ତିତ୍ୱ ହାସଲ କରିଛନ୍ତି। ରବୀନ୍ଦ୍ର କୁମାର ବେହେରା ଓ ଶ୍ରୀମତୀ ସୁମତି ବେହେରା ତୃତୀୟ କନ୍ୟା। ବାପା ଶିକ୍ଷକ ଓ ମାଆ ଗୃହଣୀ। ଅଙ୍କିତା ପ୍ରାଥମିକ ଶିକ୍ଷା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମରୁ ପଞ୍ଚମ ଯାଏଁ ପଡ଼ିଥିଲେ। ନବୋଦୟ ଉତ୍ରୀଣ୍ଣ ହୋଇ ଷଷ୍ଠରୁ ଯୁକ୍ତ ଦୁଇ ଯାଏଁ ପଡିଥିଲେ। ତାପରେ ଦ୍ଵିତୀୟ ଥରରେ ନିଟରେ କ୍ରୁତୁତ୍ୱ ହାସଲ କରିଛନ୍ତି।

ଅଙ୍କିତା ପ୍ରଥମେ ମାନବ ସେବା ତତସହିତ ସ୍ବାସ୍ତ୍ୟ କ୍ଷେତ୍ରରେ ଆମର ଅଞ୍ଚଳରେ ବିଶେଷ ସୁବିଧା ନଥିବାରୁ ଡାକ୍ତରୀ ହେବାକୁ ଇଚ୍ଛା ଜାଗ୍ରତ ହୋଇଥିଲା ବୋଲି ଆମକୁ ପ୍ରତିକ୍ରିୟା କହିଛନ୍ତି। ଅଙ୍କିତା ବେହେରାଙ୍କ ସଫଳତା ପାଇଁ ପରିବାର ଠାରୁ ସ୍ୱାଭିମାନ ଅଞ୍ଚଳ ପର୍ଯ୍ୟନ୍ତ ଖୁସିର ଲହର ଖେଳି ଯାଇଛି।

Leave A Reply

Your email address will not be published.