ବିକାଶ ମେଳା ପାଇଁ ସଜେଇ ହେଉଛି ମାଲକାନଗିରି ସହର; ୩୨ଟି ଷ୍ଟଲ ଖୋଲା ଯିବ

ମାଲକାନଗିରି, ୨୧/୯: ରାତି ପାହିଲେ ରବିବାର ଦିନ ମାଲକାନଗିରି ଜିଲ୍ଲାରେ ବିକାଶ ମେଳା ହେବ। ଏଥି ନିମନ୍ତେ ମାଲକାନଗିରି ଦଣ୍ଡକାରଣ୍ୟ ମୈଦାନ ସହିତ ସହର ସଜେଇ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏନକେ ପଡିଆ ଠାରେ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ସରିଛି। ଆଜି ଅପରାହ୍ନରେ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ବିକାଶ ମେଳା ସ୍ଥଳରେ ରହି କାର୍ଯ୍ୟ ତଦାରଖ କରିଛନ୍ତି. ଜିଲ୍ଲାର ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ ବିଭାଗ, ମତ୍ସ ପଶୁପାଳନ, ଆଦିବାସୀ ଉନ୍ନୟନ, ଶିକ୍ଷା ବିଭିନ୍ନ ବିଭାଗର ୩୦ଟି ଷ୍ଟଲ ସହିତ ଖାଦ୍ୟ ବିଭାଗର ୨ଟି ମୋଟ ୩୨ଟି ଷ୍ଟଲ ଖୋଲା ଯାଇ ଉନ୍ନୟନ ପ୍ରଦର୍ଶନୀ କରାଯିବ। ଏହି ପ୍ରଦର୍ଶନୀରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିକାଶ ମେଳାକୁ ଉଦଘାଟନ କରିବେ। ଏଥିରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଧ୍ୟକ୍ଷ୍ୟତା କରିବେ।

Leave A Reply

Your email address will not be published.