ମାଲକାନଗିରି ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅର୍ଥ କାରବାରର ଭିଡିଓ ଭାଇରାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆରଟିଓଙ୍କ କାର୍ଯ୍ୟାଳୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅର୍ଥ କାରବାର ହେଉଥିବାର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଜିଲ୍ଲାର ଆରଟିଓ କାର୍ଯାଳୟରେ ଦୀପଙ୍କର ମିସ୍ତ୍ରୀ ନାମକ ବ୍ୟକ୍ତି ଜଣେ ଚୁକ୍ତି ଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ନିଜେ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ଠାରୁ ଏହି ଟଙ୍କା ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଲୋକଙ୍କ ଠାରୁ ୫୦୦ରୁ ୧୫୦୦ ଯାଏଁ ଅର୍ଥ ବ୍ୟକ୍ତି ଜଣଙ୍କ ନେଉଥିବା ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି। ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଉଠିଛି। ଜଣେ ଚୁକ୍ତି ଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ କାହା ଛତ୍ର ଛାୟାରେ ଏହି କାର୍ଯ୍ୟ କରିବାକୁ ସାହସ କରୁଛନ୍ତି ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.