ଆମ ସମ୍ବଳ ସଂଗଠନ ପକ୍ଷରୁ ସୋମା ରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କଟକ ୨୨/୦୯: ସମାଜସେବୀ ତଥା ଆମ ସମ୍ବଳ ସଂଗଠନର ସଦସ୍ଯା ସୋମା ରାୟଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗଙ୍ଗାମନ୍ଦିର ସ୍କୁଲ ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ରାୟ ଜଣେ ସମାଜସେବୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ ବୋଲି ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମତପ୍ରକାଶ ପାଇଥିଲା। ଉକ୍ତ ସଭାରେ ଅନୁଷ୍ଠାନର ଉପସଭାପତି ଆଲୋକେଶ ରାୟ, ସମ୍ପାଦକ ମାନସ ରଞ୍ଜନ ପରିଡା, ପଶୁପ୍ରମୀ ପୁଷ୍ପାଙ୍କ ବାନାର୍ଜୀ, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର, ପ୍ରଧାନ ଶିକ୍ଷକ ତଥା ସିଆରସିସି ଦେବେନ୍ଦ୍ର ମୋହନ ଗମାଙ୍ଗ, ଶିକ୍ଷକ ସୁଭ୍ରାନ୍ତ କୁମାର ଦାସ,ବିନିତା ନନ୍ଦୀ, ମନ୍ମଥ ସାହୁ ଏବଂ ଅନୁଷ୍ଠାନର ସଦସ୍ଯ ସଦସ୍ଯା ଉପସ୍ଥିତ ରହି ସ୍ବର୍ଗତ ରାୟଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave A Reply

Your email address will not be published.