‘ସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୪ : କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୁତ ଦେଶବ୍ୟାପୀ ସଫେଇ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ସେପ୍ଟେମ୍ବର ୨୧ ତାରିଖ ଦିନ ରାଜଧାନୀ ଉପକଣ୍ଠ ଜାମୁଝରି ଗ୍ରାମ ଠାରେ ସଫେଇ କାର୍ଯ୍ୟକ୍ରମ ସମ୍ପାଦିତ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଛତାବର ଗ୍ରାମପଂଚାୟତ ଅନ୍ତର୍ଗତ ଏହି ଗ୍ରାମକୁ ସ୍ୱେଚ୍ଛାସେବୀ ମାନେ ସଫା କରିବା ସହ ପୋଖରୀ ଏବଂ ମନ୍ଦିର ପରିସରକୁ ମଧ୍ୟ ସଫା କରିଥିଲେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ ।

ସ୍ୱେଚ୍ଛାସେବୀମାନେ ଗ୍ରାମର ବିଭିନ୍ନ ସ୍ଥାନ ସମେତ ରାସ୍ତାଗୁଡ଼ିକୁ ସଫା କରିଥିଲେ । ସେହିପରି ପୋଖରୀରୁ ପ୍ରଦୂଷିତ ଏବଂ ବର୍ଜ୍ୟବସ୍ତୁ ଗୁଡ଼ିକୁ ବାହାର କରି ପୋଖରୀର ଜଳକୁ ସଫା କରିଥିଲେ ।

ସ୍ୱେଚ୍ଛାସେବୀ ମାନେ ଗ୍ରାମର ପ୍ରତ୍ୟେକ ଘରକୁ ଘର ବୁଲି ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ସମ୍ପର୍କରେ ବୁଝାଇଥିଲେ ।

କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ଖୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷିତ ସମ୍ପର୍କରେ ସ୍ୱେଚ୍ଛାସେବୀମାନେ ବୁଝାଇଥିଲେ । ସେହିପରି ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା ।

ସୋଆ ଏନ୍‌ଏସ୍‌ଏସ୍ ଶାଖାର ପ୍ରୋଗ୍ରାମ ଅଫିସର ଡଃ ଶ୍ୟାମଳେନ୍ଦୁ ତ୍ରିପାଠୀ, ଡକ୍ଟର କନକଲତା ଓଝା, ଡକ୍ଟର ରାକେଶ ରୋଶନ ଶତପଥୀ ଏବଂ ଶ୍ରୀ କୁମାର ସମ୍ଭବ ଗିରିଙ୍କ ସମେତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.