ବାଲିମେଳା ଜଳଭଣ୍ଡାରରେ ବଢୁଥିବା ଜଳସ୍ତର ଗୁରୁପ୍ରିୟା ସେତୁକୁ ଛୁଇଁଲା ପାଣି, ବିପଦ ନଥିବା କହିଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ମାଲକାନଗିରି ୨୭।୯ ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଜିଲ୍ଲାର ନଦୀ ନାଳ ପୁଷ୍କରିଣୀ ଓ ଜଳଭଣ୍ଡାର ଗୁଡିକର ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି। ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିିବା ବେଳେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୫୧୪.୧୦ ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାର ଜଳସ୍ତର ବଢିବା ଫଳରେ ସ୍ବାଭିମାନ ଅଞ୍ଚଳ ଜାନବାଇ ଠାରେ ଥିବା ଗୁରୁପ୍ରିୟା ସେତୁ ବୁଡ଼ିବାର ଆଶଙ୍କା ରହିଛି, ସେତୁ ପ୍ରତି ବିପଦ ଦେଖା ଦେଇଥିବା କୁହାଯାଉଛି। ବର୍ତ୍ତମାନ ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର ଦୁଇରୁ ତିନି ଫୁଟ ତଳେ ଜଳସ୍ତର ରହିଛି। ଆଗକୁ ଜିଲ୍ଲାରେ ଲଗାଣ ବର୍ଷା ହେଲେ ଏହି ଜଳସ୍ତର ବୃଦ୍ଧି ପାଇ ସେତୁକୁ ଛୁଇଁପରେ ବୋଲି ଅନୁମାନ କରାଯାଉଛି। ସେପଟେ ଗୁରୁପ୍ରିୟା ପ୍ରିୟା ସେତୁ ନିକଟ ଜାନବାଇ ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ମଧ୍ୟ ବିପଦ ଦେଖା ଦେଲାଣି। କାରଣ ଜଳଭଣ୍ଡାରର ଜଳସ୍ତର ବଢିବା ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ର ଚାରି ପାର୍ଶ୍ଵ ପାଚେରୀକୁ ଜଳସ୍ତର ଛୁଇଁଥିବା ବେଳେ ଆଉ ଫୁଟେ ଯଦି ଜଳସ୍ତର ବଢେ ସ୍ବାସ୍ଥ୍ୟ କେନ୍ଦ୍ର ଓ ତାର ଆଖ ପାଖ ଅଞ୍ଚଳରେ ଥିବା ଘର ଭିତରେ ପାଣି ପଶିଯିବ ବୋଲି ଜାନବାଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ବାଲିମେଳା ଜଳଭଣ୍ଡାରର ଜଳସ୍ତର ୧୫୧୨.୦୩ ଫୁଟ ଥିବା ବେଳେ ଦୁଇଟି ଗେଟ ଖୋଲାଯାଇ ଜଳସ୍ତରକୁ ହ୍ରାସ କରାଯାଇ ୧୫୧୨ ଫୁଟ ମଧ୍ୟରେ ସୀମିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଅଞ୍ଚଳରେ ବର୍ଷାର ପରିମାଣ କମିଯାଇଥିବା ବେଳେ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ଜଳଧାରଣା କ୍ଷମତା ୧୫୧୬ ଫୁଟ ପର୍ଯ୍ୟନ୍ତ ରଖାଯିବା ନିମନ୍ତେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତ ନିଆଯାଇଥିବା ଜଣାପଡିଛି। ଯଦି ଦିନେ ଦୁଇ ଦିନ ମଧ୍ଯରେ ଜଳସ୍ତର ୧୫୧୬ ପର୍ଯ୍ୟନ୍ତ ଛୁଏଁ ତେବେ ଗେଟ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ହସ୍ତଗତ ହୋଇଛି। ତେବେ ଏନେଇ ବାଲିମେଳା ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପିତବାସ ସେଠୀଙ୍କୁ ପଚାରିବାରୁ ଅଞ୍ଚଳବାସୀ ଆତଙ୍କିତ ହେବା ଆବଶ୍ୟକ ନାହିଁ, ଆମେ ୨୦୧୮ ମସିହାରେ ୧୫୧୬ ଫୁଟ ଯାଏଁ ଜଳସ୍ତର ପରେ ପାଣି ଛାଡିଥିଲୁ। ଗତ କିଛି ଦିନ ପୂର୍ବରୁ ଡ୍ୟାମର ଦୁଇଟି ଗେଟ୍ ଖୋଲି ଗେଟ୍ ଖୋଲି ଜଳସ୍ତ୍ରର କମିଛି। ସବୁ ଦିଗରୁ ଯାଞ୍ଚ କରି ସାରିଛୁ ଏବଂ ସବୁ କିଛି ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ରହିଛି। ସହ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି। ଗୁରୁପ୍ରିୟା ସେତୁ ଗାର୍ଡର ପର୍ଯ୍ୟନ୍ତ ପାଣି ଲାଗିଲେ ମଧ୍ଯ ଚିନ୍ତା କରିବାର ନାହିଁ। ଜାନବାଇ ଅଞ୍ଚଳ ସମ୍ପୂର୍ଣ୍ଣ ବିପଦମୁକ୍ତ ରହିଥିବାର ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.