xmas

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ଜୋର ଧରିଲା; ୪ରେ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି

ମାଲକାନଗିରି: ନବରଙ୍ଗପୁର ପରେ ପରେ ଏବେ ମାଲକାନଗିରି ଜିଲ୍ଲାରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଜୋର ଧରିଛି। ଆଜି ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ପ୍ରାଇମେରୀ ସ୍କୁଲରେ ନୂତନ ଭାବେ ଚୟନ ହୋଉଥିବା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୁକ୍ତି କରିବାକୁ ଆସିଥିଲେ। ଏ ଖବର ପାଇ ଜିଲ୍ଲାର ଅନେକ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ଓ ଶତାଧିକ ଲୋକ ସେ ସ୍ଥାନକୁ ଯାଇ ବାହାର ଜିଲ୍ଲାରୁ ଆସିଥିବା ପିଲାଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ କରିଥିଲେ। ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳ ମାଲକାନଗିରି ଜିଲ୍ଲାର ଅଧିକାଂଶ ପିଲାମାନେ ଅଗ୍ରଣୀ ଜିଲ୍ଲାର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଟକ୍କର ଦେବା ସମ୍ଭବପର ନୁହଁ। ତେଣୁ କରି, ତୃତୀୟ ଓ ଚତୁର୍ଥ ଶ୍ରେଣୀ ଚାକିରି ନିଯୁକ୍ତିରେ ରାଜ୍ୟଭିତ୍ତିକ ନକରି ଜିଲ୍ଳା ଭିତ୍ତିକ କରିବା ମୁଖ୍ୟ ଦାବିଥିଲା। ପ୍ରକାଶ ଥାଉକି ଆଜିର କନିଷ୍ଠ ଶିକ୍ଷକ ନିଯୁକ୍ତି ଚୟନରେ ପାଞ୍ଚ ଶହ ପଞ୍ଚାବନ ପୋଷ୍ଟରୁ କେବଳ ଚାରିଜଣ ପିଲା ମାଲକାନଗିରି ଜିଲ୍ଲାର ବୋଲି ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି। ଦାବି ପୂରଣ ନହେଲେ ଚାରି ଅକ୍ଟୋବର ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି। ଦାବି ପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ସଭାପତି ଜାରାଶବର ମାଡି, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ସଂଯୋଜକ ଡମ୍ବରୁ ବାଘ, ସାଧାରଣ ସମ୍ପାଦକ ହରି ଗୋଲୋରୀ, ଉପ ସଭାପତି ଘେନୁ ମୁଦୁଲି ଓ ସନିଆ କବାସୀ ପ୍ରମୁଖ ଉପଠିତ ଥିଲେ।

Leave A Reply

Your email address will not be published.