ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ କୌଣସି ଏକ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ଏକ କଇଁଛ ବୋଝେଇ ପିକଅପ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ ପିକଅପ (ଗାଡ଼ି ନମ୍ବର ଏପି ୩୯ ଏନଏସ ୧୫୬୬)ରେ ଆନ୍ଧ୍ରପ୍ରଦେଶର ନରସିଂପାଟଣା ଠାରୁ କାଲିମେଳାକୁ ଚୋରା ଚାଲାଣ ହେଉଥିଲା କଇଁଛ । ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ୪୯୮ଟି କଇଁଛ ଏହି ଗାଡ଼ିରେ ଚାଲାଣ କରାଯାଉଥିଲା ଏବଂ ଏଗୁଡିକର ଆନୁମାନିକ ଓଜନ ପ୍ରାୟ ୧ ଟନରୁ ଅଧିକ ହେବ । ଚାଲାଣ କରୁଥିବା ଦୁଇ ଜଣ ଆସାମୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ କାବୁ କରିନେଇଛି । ଏହି ଦୁଇ ଜଣଙ୍କ ନାମ ପ୍ରସନଜିତ ଘରମେଇଁ ଓ ସନ୍ଦୀପ ବେପାରୀ ଏବଂ ଏମାନଙ୍କ ଘର କାଲିମେଳା ଅଞ୍ଚଳର ଏମପିଭି-୯୬ ବୋଲି ଜଣାପଡ଼ିଛି । ଏତେ ଗୁଡିଏ କଇଁଛ କାହିଁକି ଚୋରା ଚାଲାଣ କରାଯାଉଥିଲା ଏବଂ ଏହି ରାକେଟରେ ଅନ୍ୟ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଏବେ ସ୍ପଷ୍ଟ ହୋଇ ପାରିନାହିଁ । ଚିତ୍ରକୋଣ୍ଡା ବନ ବିଭାଗ ଅଧିକାରୀ ବଳରାମ ନାୟକ, ବନପାଳ ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଜବତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post