xmas

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପ୍ରୟାସରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ମାଲକାନଗିରି,୦୧/୧୦: ଆଜି ମାଲକାନଗିରି ଜିଲ୍ଲାସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓ ଆଞ୍ଚଳିକ ନିର୍ଦ୍ଦେଶକ, ଜାତୀୟ ସମାଜ ସେବା (NSS) ସଂସ୍ଥା, ଭୁବନେଶ୍ୱରର ମିଳିତ ପ୍ରୟାସ କ୍ରମେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ପିଲାମାନଙ୍କ ଦ୍ଵାରା ଏକ ରାଲି କରାଯାଇ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା ସଂପର୍କରେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ରଙ୍କ ନେତୃତ୍ବରେ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀଙ୍କ ସହିତ କଲେଜର ସମାଜ ସେବା ଅଧିକାରୀ ଡ଼ଃ. ଦେବାଶିଷ ପାହି, ଯୁବ ରେଡକ୍ରସ୍ ସୋସାଇଟିର ଅଧିକାରୀ ଡ. ନାଇଜେଲ୍ ପିଟର୍ ଓ ବ୍ରିନ୍ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରତ୍ୟକ୍ଷ ସହଯୋଗ କ୍ରମେ ଏମ୍.ଭି-୦୩ର ଗାଁ, ପ୍ରାଥମିକ ବିଦ୍ୟାଳୟ, ବସଷ୍ଟାଣ୍ଡ ଓ କଲେଜ ପରିସରରେ ସଫେଇ କାମ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଆଧାରେ ପିଲାମାନଙ୍କ ମଧ୍ୟରେ ରୋଙ୍ଗଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.