xmas

ମାଲକାନଗିରି ଜିଲ୍ଲାର ୨ଟି ଏକଲବ୍ୟ ବିଦ୍ୟାଳୟକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମାଲକାନଗିରି,୨/୧୦: ମାଲକାନଗିରି ଜିଲ୍ଲାର ଦୁଇଟି ଏକଲବ୍ୟ ବିଦ୍ୟାଳୟକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ନିର୍ମିତି ହୋଇଥିବା ନୂତନ ଏକଲବ୍ୟ ବିଦ୍ୟାଳୟରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସଚିନ ଇଶ୍ବର ପାଟିଲ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଡିଡବ୍ଲୁଓ ଶ୍ରୀନିବାଶ ଆଚାରୀ ପରିଚାଳନା କରିଥିଲେ। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରଚୁଆଲ ମାଧ୍ୟମରେ ମାଥିଲି ଏବଂ ଚିତ୍ରକୋଣ୍ଡା ଠାରେ ନିର୍ମିତ ହୋଇଥିବା ଦୁଇଟି ଏକଲବ୍ୟ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ପ୍ରକାଶ ଥାଉକି ଏହା ପୂର୍ବରୁ ମାଲକାନଗିରିରେ ଗୋଟିଏ ଏକଲବ୍ୟ ବିଦ୍ୟାଳୟ ରହିଥିଲା। ଗୋଟିଏ ଗୋଟିଏ ଏକଲବ୍ୟ ବିଦ୍ୟାଳୟରେ ୪୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ।ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ପିଲା ରହିବା, ଖାଇବା ସହ ଭବିଷ୍ୟତ ଗଢିବାର ସମସ୍ତ ସାଧନ ରହିଛି।

Leave A Reply

Your email address will not be published.