xmas

ଗ୍ରୁପ୍ ସି, ଗ୍ରୁପ୍ ଡି ସରକାରୀ ଚାକିରୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ

ମାଲକାନଗିରି, ୦୪/୧୦: ଜିଲ୍ଲାରେ ଏସି ଏଷ୍ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ୍ ଡାକରା ଦେଇଛନ୍ତି। ଏଥିରେ ଜିଲ୍ଲାର ୧୦ଟି ସଂଘ ସମର୍ଥନ ଜଣାଇଛନ୍ତି। ଶିକ୍ଷାର ଭିତ୍ତିଭୂମିକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଯଦିଓ ବନ୍ଦର ପ୍ରଭାବ ମାଲକାନଗିରି ଠାରେ ସେତେଟା ଦେଖିବାକୁ ମିଳିନାହିଁ। ତଥାପି ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ, ଦୋକାନ ବଜାର ସହିତ ଚକ ଅଖ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ମାଲକାନଗିରି ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେବା ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଂଗଠନ। ଅନେକ ସ୍ବେଚ୍ଛାସେବୀ ସଂଗଠନ ବନ୍ଦର ସହମତି ପ୍ରକାଶ ଦେଇଛନ୍ତି। ଏଠାକାର ଛାତ୍ର-ଛାତ୍ରୀ ମାନେ ନିଜର ତଥା ଏହି ଅଞ୍ଚଳର ସମୃଦ୍ଧି ପାଇଁ ବହୁ କଷ୍ଟରେ ପାଠ ପଢନ୍ତି ଏବଂ ରୋଜଗାର ପାଇଁ ଅପେକ୍ଷା କରନ୍ତି। ଆଦିବାସୀ ଅଧ୍ୟୁସିତ ଜିଲ୍ଲା ଗୁଡ଼ିକରେ ଉଚ୍ଚ ଶିକ୍ଷା ପରେ ଛାତ୍ରଛାତ୍ରୀ ମାନେ ଚାକିରୀ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ଯେଉଁଥିପାଇଁ ଜିଲ୍ଲା ଭିତ୍ତିକ ଦାବି ଜୋର ଧରିଛି। ବିଶେଷ କରି ବାହାର ଜିଲ୍ଲାରୁ ପିଲାଏ ଏଠାରେ ଶିକ୍ଷକ ନିଯୁକ୍ତି ପାଇବା ପରେ, କିଛି ବର୍ଷ ଏଠାରେ ଭଲଭାବରେ ରହନ୍ତି ଏବଂ କିଛି ବର୍ଷ ପରେ ନାନା ବାହାନା ଦେଖାଇ ସରକାରଙ୍କ ସହଯୋଗରେ ନିଜ ଜିଲ୍ଲାକୁ ବଦଳି ହୋଇଯାଆନ୍ତି। ପୂର୍ବ ବିଜେଡି ସରକାର ସମୟରେ ମଧ୍ୟ ଏହି ମୁଦ୍ଦାକୁ ନେଇ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ତତ୍କାଳିନ ସରକାର ପଦକ୍ଷେପ ନେଇ ନାହାନ୍ତି। ୨୦୧୨ ମସିହା ପର୍ଯ୍ୟନ୍ତ ଏଠାକାର ଛାତ୍ରଛାତ୍ରୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ସୁଯୋଗ ପାଉଥିଲେ ଏବଂ ଏହି ଅଞ୍ଚଳରେ ଠିକା ସଂସ୍ଥା ଭଳି ନିଯୁକ୍ତି ଚକ୍ରାନ୍ତ ନଥିବା କହିଛନ୍ତି ଆନ୍ଦୋଳନ କାରି। ଏହି ବ୍ୟବସ୍ଥାକୁ ଉଚ୍ଛେଦ ଏବଂ ୩ୟ ଓ ୪ର୍ଥ ଶ୍ରେଣୀର ପଦବୀ ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତିର ଆଇନ ପ୍ରଣୟନ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟର ନୂତନ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ଆନ୍ଦୋଳନରେ ପ୍ରଭାକର ହନ୍ତାଳ, ଘେନୁ ମୁଦୁଲି, ଜୋରାସବର ମାଡ଼ି, ସୋନୁ ଅନୁଗୁ, ଲକ୍ଷଣ ମଣ୍ଡଳ, ଘନଶ୍ୟାମ ମାଡ଼କାମି ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ତେବେ ସରକାର ଏହା ଉପରେ ବିଚାର କରି କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାହିଁ ଦେଖିବାକୁ ବାକି ।

Leave A Reply

Your email address will not be published.