xmas

ବନ୍ଦ କଠୋରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି, ୫।୧୦ ମାଲକାନଗିରି ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ଏକ ଘର ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନାମ ଏମ ନବୀନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ପରିବାର ସହ ରହୁଥିବା ଯୁବକ ଏମ ନବୀନ ଆଜି ନିଜ ଘରେ ଥିବା ବେଳେ ଗୋଟିଏ ରୁମ ମଧ୍ୟରେ ଦୀର୍ଘ ସମୟ ଧରି କବାଟ ଦେଇ ରହିଥିଲା। ଏହାପରେ ପରିବାର ଲୋକେ ତାକୁ ଡାକିବାରୁ ସେ କୌଣସି ପ୍ରତି ଉତ୍ତର ଦେଇ ନଥିବା ବେଳେ କବାଟ ଭାଙ୍ଗିବା ପରେ ନବୀନ ବେକରେ ଦଉଡି ଦେଇ ଝୁଲନ୍ତା ଅବସ୍ଥାରେ ଥିବା ଦେଖିଥିଲେ। ତୁରନ୍ତ ପରିବାର ଲୋକେ ସ୍ଥାନୀୟ ବାସିନ୍ଧା ନବୀନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମାଲକାନଗିରି ଆଦର୍ଶ ଥାନାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ନବୀନ ବହୁତ ମାନସିକ ଚାପରେ ଥିବା ସହ ବିଭିନ୍ନ ସମୟରେ ଛୋଟ ଛୋଟ କଥାକୁ ନେଇ କଳହ କରୁଥିବା ଏବଂ କୌଣସି ଏକ କାରଣକୁ ନେଇ ନିଜେ ଆତ୍ମହତ୍ୟା କରିଥିବା ଜଣା ପଡିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.