xmas

ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଶ୍ରୀ ମାଝୀ।

କଳାହାଣ୍ଡି: ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ୱର ମାଝୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଜି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଶ୍ରୀ ମାଝୀଙ୍କୁ କେସିଙ୍ଗା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୪୧ ମସିହା ଜୁଲାଇ ୫ ତାରିଖରେ ଧନେଶ୍ୱର ମାଝୀଙ୍କ ଜନ୍ମ । ପରେ ପରେ ଛାତ୍ର ଜୀବନରୁ ରାଜନୀତି ପ୍ରତି ଥିଲା ଧନେଶ୍ୱର ମାଝୀଙ୍କ ରୁଚି । ଯାହାକି ତାଙ୍କୁ ଜନତା ଦଳରେ ମିଶି ସାମିଲ ହେବାକୁ ବାଧ୍ୟ କରିଥିଲା। ଏପିରିକି ଧନେଶ୍ୱର ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ନର୍ଲା ଏବଂ କେସିଙ୍ଗା ବିଧାନସଭା ଆସନରୁ ୧୯୭୧, ୧୯୭୪, ୨୦୦୦, ୨୦୦୪, ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଶ୍ରୀ ମାଝୀ। କିଛି ମାସ ତଳେ ଧନେଶ୍ୱର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ମାଝୀଙ୍କ ବିୟୋଗରେ ନେତା, କର୍ମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କର ଶେଷ ଦର୍ଶନ କରିଛନ୍ତି।

Leave A Reply

Your email address will not be published.