xmas

ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଡ଼ଙ୍ଗା, ଜାଲ, ଲାଇପ ଜ୍ୟାକେଟ ବଣ୍ଟନ

ମାଲକାନଗିରି, ୯/୧୦: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରି ଶହ ଶହ ପରିବାର ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ । ଏହି କ୍ରମରେ ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଚିତ୍ରକୋଣ୍ଡା ଡ୍ୟାମ ନିକଟରେ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କୁ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିବା ସହିତ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ମାଝୀ । ସରକାରଙ୍କ ପକ୍ଷରୁ ଏହି ସହାୟତା ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇବା ସହିତ ଖୁସି ଆଣି ଦେଇଛି । ଚିତ୍ରକୋଣ୍ଡା ଠାରେ ପୁର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ରେ ଛଡ଼ାଯାଇଥିଲା, ୨୦୧୯-୨୦ ରେ ୨୦ ହଜାର ହେକ୍ଟରରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳା ଛଡ଼ାଯାଇଥିଲା । ସେହିପରି ୨୦୨୦-୨୧ ସେତୁ ଯୋଜନାରେ ପ୍ରାୟ ୮୦ ଲକ୍ଷ ମାଛ ଯାଆଁଳା ଛଡା ଯାଇଥିଲା । ତେବେ ଏହି ଅଞ୍ଚଳରେ ହଜାର ହଜାର ଲୋକ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଗକୁ କିପରି ସେମାନଙ୍କ ଆୟ ଅଧିକ ହେବ ଓ ମତ୍ସ୍ୟ ଉତ୍ପାଦନ ବଢିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଆଗକୁ ୩୦୦ ଡଙ୍ଗା, ଜଳ ଭଣ୍ଡାରରେ ଯାଆଁଳା ଉତ୍ପାଦନ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଏବଂ ମତ୍ସ୍ୟ ଉତ୍ପାଦନକୁ ୧୦ ଗୁଣ ବଢାଇବା ଉପରେ ଗୁରୁତ୍ୱ ଦିଆଯିବ ସେ ପ୍ରକାଶ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବାକୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଚିତ୍ରକୋଣ୍ଡା ବ୍ଲକ ଚେୟାରମ୍ୟାନ ରାଜେଶ୍ୱରୀ ଖିଲ, ଜିଲ୍ଲା ପରିଷଦ ସଦସ୍ୟ ବିନନ୍ତି ଖିଲ ଏବଂ ବହୁଳ ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.