xmas

ମାଲକାନଗିରି ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

ଜନତାଙ୍କ ସ୍ବାର୍ଥ ବିଜେଡ଼ି ପାଇଁ ସର୍ବୋପରି
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ବିଜେଡି ଦଳ ସଙ୍ଗଠନ ମଜବୁତ୍ ପାଇଁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବାର୍ତ୍ତା ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସଂସ୍କୃତି ଭବନ ଠାରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେଡିର ସକ୍ରିୟ ସଦସ୍ୟତା (ମେମ୍ବରସିପ୍) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ମାନ୍ୟବର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସମସ୍ତ ବିଜେଡି କର୍ମକର୍ତ୍ତାଙ୍କ ସହ ଏଲଇଡି ଭିଡିଓ କୋନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିବା ସହ ବିଜୁ ଜନତା ଦଳର ଆଗାମୀ ରଣନୀତି ଉପରେ ବାର୍ତ୍ତା ଦେଲେ । ଜନତାଙ୍କ ସ୍ୱାର୍ଥ ବିଜେଡି ପାଇଁ ସର୍ବୋପରି। ଏହି ସଦସ୍ୟତା ଅଭିଯାନ ଓଡ଼ିଶାର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବ। ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠିବ। ବିଜେପିର ପ୍ରତିଟି ପ୍ରତାରଣାର ଜବାବ ମିଳିବ। ବିଜେଡିର ଏହି ସଦସ୍ୟତା ଅଭିଯାନରେ ସାମିଲ ହୋଇ ଓଡ଼ିଶାର ସ୍ୱାର୍ଥପାଇଁ ଏକଜୁଟ ହେବା । ଲୋକଙ୍କ ପାଇଁ ସର୍ବଦା ସମର୍ପିତ ବିଜୁ ଜନତା ଦଳ। ଓଡ଼ିଶାର ସ୍ୱାର୍ଥପାଇଁ ଓଡ଼ିଆଙ୍କ ହକ ପାଇଁ ଅହର୍ନିଶ କାର୍ଯ୍ୟରତ । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ସଦସ୍ୟତା ଅଭିଯାନ ରାଜନୈତିକ ଦଳକୁ ମଜବୁତ କରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହାନ୍ତି ବିଜୁ ଜନତା ଦଳର ସକ୍ରିୟ କର୍ମୀ ପ୍ରତି ଘରକୁ ଯାଆନ୍ତୁ । ବିଜୁ ଜନତା ଦଳର ଆଦର୍ଶ ଓ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କୁ ବୁଝାନ୍ତୁ । ବିଦେଶରେ ଥିବା ଓଡ଼ିଆ ଲୋକଙ୍କୁ ବିଜେଡିରେ ସାମିଲ ହେବାକୁ ମାନ୍ୟବର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରୁଛନ୍ତି । ପ୍ରବାସୀ ଓଡ଼ିଆଙ୍କ ପାଇଁ ଅନଲାଇନ ବ୍ୟବସ୍ଥା ହୋଇଛି । କିଛି ଦଳ ମିସଡ୍ କଲ ଦେଇ ସଦସ୍ୟ କରୁଛନ୍ତି । ବିଜେଡି ସେସବୁରୁ ବହୁତ ଦୂରରେ । ବିଜେଡି ସରକାର ସମୟରେ ବହୁତ ଭଲ କାମ ହୋଇଛି । ବିଜେଡି ସରକାରର ଅନେକ ଯୋଜନାକୁ ଭାରତ ସରକାର ବି ଆପଣାଇଛନ୍ତି । ଭୋଟବ୍ୟାଙ୍କ ସୃଷ୍ଟି କରିବା ବିଜେଡିର କେବେ ଲକ୍ଷ୍ୟ ନଥିଲା । ବିକାଶ ଓ କଲ୍ୟାଣ କରିବା ଆମର ଲକ୍ଷ୍ୟ । ବିଜେଡି ଆରମ୍ଭ କରିଥିବା ବିକାଶମୂଳକ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେନି । ବିଜେଡି ଓଡ଼ିଶାର ନମ୍ବର ୧ ଦଳ । ଓଡ଼ିଶାର ଗୌରବ ପାଇଁ ଆମେ କାମ କରୁଛୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏଲଇଡି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଆଜିର ଉକ୍ତ କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ]ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟତମ ବିଜୁ ଜନତା ଦଳର ନେତୃମଣ୍ଡଳୀ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ମାଲକାନଗିରି ଜିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ବିଜେଡି ନେତା ପ୍ରୀତପଲ ସିଂ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜିଲ୍ଲା ଛାତ୍ର ସଭାପତି ତାପଶ ନାୟକ, ପୋୖର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କର୍ମକର୍ତ୍ତା, ସମସ୍ତ ଜିଲ୍ଲା କମ୍ମିଟି ତଥା ମହିଳା ଯୁବ ଛାତ୍ର ଓ ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା ବୃନ୍ଦ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସମସ୍ତ ବ୍ଲକର ବରିଷ୍ଠ କର୍ମକର୍ତ୍ତା ତଥା ବ୍ଲକ, ପଞ୍ଚାୟତର ସଭାପତି ବୃନ୍ଦ ଓ କର୍ମକର୍ତ୍ତା, ପୋୖରାଞ୍ଚଳ ଓ ନଗର ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ବୃନ୍ଦ, ପୋୖରାଞ୍ଚଳ/ନଗରର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କାଉନସିଲର ବୃନ୍ଦ, ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ସମିତି ସଭ୍ୟ ସଭ୍ୟା ବୃନ୍ଦ, ସମସ୍ତ ସରପଞ୍ଚ ତଥା ସମସ୍ତ ସକ୍ରିୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.