xmas

ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତ ଠାରେ ଏକ ବାଇକ ଦୁର୍ଘଟଣାରେ ଗୋଟିଏ ଯୁବକର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କପାତୁଟି ପଞ୍ଚାୟତର କମଳାପଦର ଗ୍ରାମର ଦେବ ଖରା ନାମକ ଏକ ବ୍ୟକ୍ତିଙ୍କୁ ଛାଡିବାକୁ ଆସିଥିଲେ ସେହି ଯୁବକ । ତାଙ୍କୁ କମଳାପଦର ଗ୍ରାମରେ ଛାଡି ଯୁବକ ଜଣକ ଫେରିବା ବାଟରେ ମଜାଗୁଡା ହାଇସ୍କୁଲ ନିକଟ ବ୍ରିଜରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ଯାଇଥିଲେ । ପରେ ସେହି ପାଖ ଗାଁ ଲୋକ ସେହି ଯୁବକକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ଥିତ ମେଡିକାଲ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ଗଲରୀ ବାବୁରାଓ(୩୦) ପିତା-ଗଲରୀ ଡମ ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ଡଙ୍କରାଇ ମଣ୍ଡଳର ଗୁଡିଟେଲ ଗ୍ରାମ ପଞ୍ଚାୟତର ମୂର୍କିଲାଙ୍ଗା ଗ୍ରାମ ବୋଲି ଜଣାପଡିଛି । ଏହି ବାବଦରେ ଏକ ମାମଲା ଚିତ୍ରକୋଣ୍ଡା ଥାନା ରେ କେସ ନଂ-୧୭୧/୨୦୨୪ ରୁଜୁ କରାଯାଇଛି । ଏହା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.