xmas

ଗଣଶିକ୍ଷା ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ସ୍ଵାଭିମାନ ଅଞ୍ଚଳରେ ନବ ନିର୍ମିତ ଏଜୁକେସନ କମ୍ପ୍ଲେକ୍ସ ବୁଲି ନିମ୍ନମାନର ନିର୍ମାଣ କାର୍ଯ୍ୟ ଦେଖି କ୍ଷୋଭ ବ୍ୟକ୍ତ କଲେ ମନ୍ତ୍ରୀ, ତଦନ୍ତ ପାଇଁ ନିର୍ଦ୍ଦେଶ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସିଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ ସେ ଜିଲ୍ଲାର ବାଲିମେଳା ଏନଏସି ଗସ୍ତରେ ଆସି ଏସଏସଭିଏମ୍ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କୁ ବାଲିମେଳା ବିଜେପି ନଗର ସଭାପତି ଶିବଦତ୍ତ ସାହୁଙ୍କ ନେତୃତ୍ୱରେ ଦଳୀୟ ନେତା ମାନେ ପ୍ରଥମେ ଚିତ୍ରକୋଣ୍ଡା ଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ସେ ଏସଏସଭିଏମ୍ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଆରଏସଏସ ବର୍ଗ ବୁଲି ଦେଖି ବିଦ୍ୟାଳୟର ସମସ୍ୟା ସ୍କୁଲ କତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ବିଜେପି ସମ୍ପାଦକ ଅକ୍ଷୟ ବିଶ୍ୱାଳ, କାଉନସିଲର ମନୋଜ ପାଙ୍ଗିଙ୍କ ସମେତ ଦଳର ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳକୁ ଯାଇଥିଲେ। ସ୍ଵାଭିମାନ ଅଞ୍ଚଳରେ ଥିବା ବଡପଡାରେ ନିର୍ମିତ ଏଜୁକେସନ କମ୍ପ୍ଲେକ୍ସକୁ ଗସ୍ତ କରି ସେ ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ। ତେବେ ଏହି କମ୍ପ୍ଲେକ୍ସ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେ ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ବିଗତ ସରକାରଙ୍କ ସମୟରେ ହୋଇଥିବା ଏହି କାର୍ଯ୍ୟ ଆଦିବାସୀ ଅଞ୍ଚଳର ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ବଦଳରେ ଏହା ଠିକାଦାର ଓ ଅଧିକାରୀଙ୍କ ଲାଭ ପାଇଁ ହୋଇଛି ପରି ମନେ ହେଉଛି। ତେବେ ଏହି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ବେଳେ ଏହି କାର୍ଯ୍ୟର ତଦନ୍ତ ସହ ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। ଅତି ତରବରିଆ ଭାବରେ ନିର୍ମାଣ କରାଯାଇଥିଲା ଯାହାକି ଅତି ନିମ୍ନମାନର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଛନ୍ତି। ତେବେ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଡି ଡବ୍ଲୁ ଓ ଶ୍ରୀନିବାସ ଆଚାରି, ସମ୍ମନିତ ଅଧିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ଜେନାମଣି ପାଣ୍ଡେ ଏବଂ ଅନ୍ୟ ଅଧିକାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.