xmas

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ୭୯ତମ ଜନ୍ମ ଦିବସ ପାଳନ ଓ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୧୬/୧୦/୨୪: ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ,ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ, ତେବେ ୭୮ ବର୍ଷ ପୁରୀ ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନଙ୍କୁ ସବୁ ମୋହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମ ଦିବସକୁ ଜନ ସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ । ସାରା ରାଜ୍ୟରେ ଆୟୋଜନ ହୋଇଛି ରକ୍ତଦାନ ଶିବିର । ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଜରିଆରେ ସାଢେ ଚାରି କୋଟି ଓଡିଆଙ୍କ ପରିବାରର ମୁଖ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମା ଜ୍ଞାନ ପଟ୍ଟନାୟକଙ୍କ କୁଳ ମଣ୍ଡନ କରନ୍ତି ନବୀନ, ତେବେ ସେ ଦିନ ଥିଲା ଓଡିଶା ପାଇଁ ଏକ ଐତିହାସିକ ଦିନ । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶରୁ ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଡିଛନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ପୂର୍ବତନ କିଛି ଜନତା ଦଳର ନେତାଙ୍କ ନେତୃତ୍ୱରେ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବରେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ, ୧୯୯୮ ଓ ୧୯୯୯ରେ ବିଜେଡ଼ିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ, ତେବେଠୁ ନବୀନ ହୋଇଯାଇଥିଲେ ଓଡିଶା ରାଜନୀତିର ଅପ୍ରତିଦ୍ୱନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା ସେ କରି ଆସିଛନ୍ତି । ସାରା ବିଶ୍ୱରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନ ନାୟକ ହେଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଦୃଢ ନେତୃତ୍ୱରେ ଓଡିଶାକୁ ଅଗ୍ରଣୀ କରିଛି ଶିକ୍ଷାଠୁ ସ୍ୱାସ୍ଥ୍ୟ, ଶିଳ୍ପଠୁ କ୍ରୀଡା ସବୁ କ୍ଷେତ୍ରରେ ଓଡିଶା ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ବିଶ୍ୱ ବ୍ୟାଙ୍କ ନୀତି ଆୟୋଗ ଅନ୍ତର୍ଜାତୀକ ମୁଦ୍ରା ପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ୱୀକୃତି ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଜୀବନବ୍ୟାପୀ ସାଧାନ ସମସ୍ତଙ୍କ ପାଇଁ ପ୍ରେରଣା, ତାଙ୍କ ସେବା ନୀତି ଓ ଓଡିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପରାଜିତ ହୋଇଥିଲେ ବି ଏବେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟୋତା ଅତୁଟ ରହିଛି । ବିଜେଡି ଏକ ସାମାଜିକ ଅନ୍ଦୋଲନରେ ପରିଣତ ହୋଇ ଜନ ସେବାକୁ ମୂଳ ମନ୍ତ୍ର କରି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଦିନ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ତଥା ଓଡିଶା ମୋ ପରିବାର ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ମାନସ ମାଡକାମିଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ମାଥିଲି ବିଜେଡି ବ୍ଲକ ସଭାପତି ଶ୍ରୀ ବିଦ୍ୟା ପୂଜାରୀ ଏବଂ ମାଥିଲି ବ୍ଲକର ସମସ୍ତ ବରିଷ୍ଠ ବିଜେଡି କର୍ମକର୍ତ୍ତାଙ୍କ ସମ୍ପୂର୍ଣ ସହଯୋଗରେ ନବୀନ ବାବୁଙ୍କ ୭୯ତମ ଜନ୍ମ ଦିବସ ପାଳନ ଓ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଥିଲି ବ୍ଲକ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତଦାନ କରି ଥିବା ବେଳେ ଆଜିର କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା, ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିକାଶ ମଣ୍ଡଳ, ଯୁବ ନେତା କଣ୍ଟେଶ ପୋଟଲା, ଅକ୍ଷୟ ରଞ୍ଜନ ପାଙ୍ଗି, ଜିଲ୍ଲା ଯୁବ ଉପ ସଭାପତି ପ୍ରିତମ ଗୁରୁତେଲି, ପୋଡ଼ଘାଟ ପଂଚାୟତ ସଭାପତି ସୁନିତା ଜେନା, ମହିଳା ଉପ ସଭାପତି ଗୌତମ କାଲା, କୁରା ସୋନୁ ଗୌଡ଼ ବ୍ଲକ ଯୁବ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.