xmas

ଓଡ଼ିଆ ସଂସ୍କୃତି ମଞ୍ଚ ତରଫରୁ ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଅଗ୍ରଣୀ ସାଂସ୍କୃତିକ ସଂଗଠନ ଓଡ଼ିଆ ସଂସ୍କୃତି ମଞ୍ଚ ତରଫରୁ ଭୁବନେଶ୍ୱର ସ୍ଥିତ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଗଠନ ( ୟୁଟିଆ ) ର କାର୍ଯ୍ୟାଳୟ ପରିସରରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ଏବଂ ଡଃ ମାୟାଧର ମାନସିଂହଙ୍କ ଶ୍ରlଦ୍ଧ ବାର୍ଷିକ ପାଳିତ ହୋଇଯାଇଛି l ୟୁଟିଆର ସଭାପତି ଡଃ ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ପ୍ରାକ୍ତନ ଗଣଶିକ୍ଷା ବିଭାଗ ନିର୍ଦେଶକ ଡଃ ଶରତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି, ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ମୁଖ୍ୟ ବକ୍ତା, ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, ଡଃ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ଓ ଡଃ ନାରାୟଣ ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭକ୍ତ କବି ଜଗନ୍ନାଥ ଦାସଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ଭାବେ ବୈଷ୍ଣବ ପାଣି ନିଜ ସୃଜନଶୀଳତା ନିମନ୍ତେ ଘରେ ଘରେ ପରିଚିତ ବୋଲି ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ବୈଷ୍ଣବ ପାଣି, ମାୟାଧର ମାନସିଂ ଏବଂ ୟୁଟିଆ ପ୍ରତିଷ୍ଠାତା ବିକ୍ରମ କେଶରୀ ବର୍ମାଙ୍କ ଫଟୋ ଚିତ୍ରରେ ଅତିଥିବୃନ୍ଦ ମାଲ୍ୟାର୍ପଣ କରିଥିଲେ l ପରିବେଶବିତ ଡଃ ଅର୍ଜୁନ କୁମାର ବିଶ୍ୱାଳ ଅତିଥି ପରିଚୟ ଏବଂ ଶିକ୍ଷାବିତ ସର୍ବlନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଶରତ କୁମାର ପାଇକରାୟ, ଡଃ ଶରତ କୁମାର ରଥ, ଜାକିର ହୁସେନ, ପବିତ୍ର ମୋହନ ଦାଶ ଅମୁଲ୍ୟକୃଷ୍ଣ ନାୟକ, ଗଙ୍ଗାଧର ସେନାପତି, ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଅର୍ପଣ ଷଡ଼ଙ୍ଗୀ, ଅଞ୍ଜଳି ପଟ୍ଟନାୟକ, ଭରତଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ l

Leave A Reply

Your email address will not be published.