ମାଲକାନଗିରି: ଆଜି ତା ୨୬.୧୦.୨୦୨୪ ରିଖରେ ମାଲକାନଗିରି ମହାବିଦ୍ୟାଳୟରେ ମାଁ ଘର ଫାଉଣ୍ଡେସନ ଓ ଏସ୍ ଏସ୍ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ (ପ୍ୟାରେଣ୍ଟ ଫର ପିସ୍) ଶାନ୍ତି ପ୍ରତିଷ୍ଠା ପାଇଁ ପିତା ମାତାଙ୍କ ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜର ପ୍ରିନ୍ସପାଲ୍ ଲିଙ୍ଗରାଜ ମିଶ୍ର, ପରିଚାଳନା ପରିଷଦ ଡ. ଉଦୟନାଥ ଖରା, ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁ ଓ ଅଧ୍ୟାପକ ଅଧ୍ୟାପିକା ମାନେ ମୁଖ୍ୟ ଭୂମିକା ଗ୍ରହଣ କରି ଯୁବକ ଯୁବତୀ ତଥା ଛାତ୍ର ଛାତ୍ରୀଙ୍କ ସଚେତନତା ପାଇଁ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିଲେ। ଏହି କର୍ମଶାଳାରେ ମାଁ ଘର ରାଜ୍ୟ ଅଧ୍ୟକ୍ଷା ତଥା ଆଇନଜୀବୀ ଓ ସମାଜସେବୀ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି କହିଥିଲେ କି ବର୍ତମାନ ସମାଜରେ ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ ବଢୁଥିବା ଛାଡ଼ପତ୍ର ଓ ଘରୋଇ ହିଂସାର ପରିମାଣକୁ ଦେଖିଲେ ତାଙ୍କ ଠାରୁ ଜନ୍ମ ନେଉଥିବା ଶିଶୁ ତଥା ଦେଶର ଆଗାମୀ ନାଗରିକ ଓ ଭବିଷ୍ୟତ ଚିନ୍ତା ଜନକ ବିଷୟ, ନଚେତ୍ କିଛି ବର୍ଷ ପରେ ଭାରତରେ ପରିବାର ଲୋପ ପାଇବ ଓ ସେଥିରେ ସବୁଠୁ ବେଶୀ ବୃଦ୍ଧ ଲୋକ ଓ ଶିଶୁ ମାନେ କ୍ଷତି ଗ୍ରସ୍ତ ହେବେ ତେଣୁ ଆଜିର ଯୋଗ୍ୟ ଯୁବକ ଯୁବତୀ ଙ୍କ ପାଇଁ ବିଚାର ଭଲ ଅଭିଭାବକ କିପରି ହେବେ ତଥା ଶାନ୍ତିପୂର୍ଣ୍ଣ ଶିଶୁ କିପରି ତିଆରି କରିବେ ସେ ସମ୍ପର୍କରେ ସଚେତନ କରାଯିବାର ଆବଶ୍ୟକତା ଅଛି। କର୍ମଶାଳାର ଅନ୍ୟତମ ବକ୍ତା ଏସ୍ ଏସ୍ ହସ୍ପିଟାଲର ମୁଖ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ସାହୁ ଶିଶୁଟି ପେଟରେ ଚାରି ମାସ ପରଠାରୁ ପାଞ୍ଚ ବର୍ଷ ମଧ୍ୟରେ ମା ବାପା ଓ ପରିବାରର ଭୂମିକା କିପରି ଶିଶୁର ୮୦ ଭାଗ ବ୍ୟକ୍ତିତ୍ଵ ଗଠନରେ ପ୍ରଭାବ ପକାଏ ତାର ବିକାଶ ସମ୍ମତ କାରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ମୂରଲୀଧର ରାଓ ତାଙ୍କ ବକ୍ତବ୍ୟ ରଖିଥିଲେ ଯେ ପ୍ୟାରେଣ୍ଟ ଫର ପିସ୍ ଏକ ଜାତୀୟ ସ୍ତରର ସଚେତନତା କାର୍ଯ୍ୟକ୍ରମ ଯାହାକି, ଏହାର ମୁଖ୍ୟ ଗୁଜୁରାଟର ହସମୂଖ୍ ଭାଇ ପଟେଲଙ୍କ ଠାରୁ ଆରମ୍ଭ ହୋଇଥିଲା ମାତ୍ର ପରେ ସେଥିରେ ବହୁ ଡାକ୍ତର, ସମାଜସେବୀ, ମାନସିକ ବିଶେସଜ୍ଞ ମାନେ ପୋତି ହୋଇଛନ୍ତି। ଏହାର ଓଡ଼ିଶା ଶାଖାର ମୁଖ୍ୟ ଶ୍ରୀମତୀ ମହାନ୍ତି ଓ ଡାକ୍ତର ସାହୁ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ କଲେଜ ମାନେ ଆୟୋଜନ କରିବାକୁ ଆହ୍ଵାନ କରିବ। ମାଲକାନଗିରି କଲେଜର ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ପ୍ରଶ୍ନ ମଧ୍ୟ ରଖିଥିଲେ ଓ ଏହାର ଉତ୍ତର ବକ୍ତା ମାନେ ଦେଇଥିଲେ। ଶେଷରେ ଡାକ୍ତର ସାହୁ ଋତୁବନ୍ଧକ କାର୍ଯ୍ୟକ୍ରମ ମାଧ୍ୟମରେ ଝିଅ ଓ ମହିଳା ମାନଙ୍କର ଋତୁସ୍ରାବ କୁ ନେଇ ଥିବା ଅନ୍ଧ ବିଶ୍ୱାସ ସମ୍ପର୍କରେ ମଧ୍ୟ ପିଲା ମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିଥିଲେ ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁ।
Sign in
Sign in
Recover your password.
A password will be e-mailed to you.
Prev Post
Next Post