ବ୍ଲକ ଉପାଧ୍ୟକ୍ଷ ସମେତ ୭ ସମିତି ସଭ୍ୟ ଓ ସଭ୍ୟା ବିଜେଡି ଦଳରୁ ଇସ୍ତଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କରୁକୋଣ୍ଡା ବ୍ଲକର ୭ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସଭ୍ୟା ଆଜି ବିଜେଡି ଦଳରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏହି ସମସ୍ତ ସମିତି ସଦସ୍ୟ ମାନେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ସମିତି ସଦସ୍ୟ ମାନେ ହେଲେ ମାନସିକ ପୋଡିଆମି, ରିନା ମାଡକାମି, ଈର୍ମା ମାଡ଼ି, ପଦିଆ ସୋଡ଼ି, ମଦାନା ପାମିଆ, ପର୍ଶୁରାମ ଖେମୁଡୁ, ଲଇଚନ ସୀସା ବୋଲି ଜଣାପଡ଼ିଛି। ଏଥି ମଧ୍ୟରୁ ମାନସିକ ପୋଡିଆମୀ କୋରୁକୋଣ୍ଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ରହିଛନ୍ତି। ବ୍ଲକ ଅଧକ୍ଷ ଜିତୁ ବୁରୁଡ଼ି ସରକାରଙ୍କ ନୀତି ନିୟମକୁ ଅଣଦେଖା କରି ନିଜ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ବ୍ଲକ ଅଧକ୍ଷଙ୍କ ମନ ଇଚ୍ଛା କାର୍ଯ୍ୟକଳାପ ଓ ନିର୍ଯାତନା ଯୋଗୁଁ ଆମେ ବିଜେଡି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବାର ଉକ୍ତ ପତ୍ରରେ ଉଲ୍ଲେଖ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ବ୍ଲକ ଅଧକ୍ଷ ଜିତୁ ବୁରୁଡିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ତେଣୁ ସେହି ଅନାସ୍ଥା ପ୍ରସ୍ତାବ ସଫଳ ହୋଇପାରିଲା ନାହିଁ। ଜିତୁ ବୁରୁଡି ଓ ସତ୍ୟ ପାଣିଗ୍ରାହୀଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଜେଡି ଦଳରୁ ଇସ୍ତଫା ଦେଇଥିବାର ଉକ୍ତ ପତ୍ରରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.