ଗଣକବି ଗଣମାନସର ପ୍ରତିଛବି

କଟକ,(ବୁରୋ); ଗଣକବି ବୈଷ୍ଣବ ପାଣି ଗଣମାନସର୍ ପ୍ରତିଛବି । ଏହାକୁ ମୁକ୍ତ କଣ୍ଠରେ ସ୍ବୀକାର କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ । ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ଅବସରର ଶ୍ରୀ ପଟନାୟକ ଉତ୍କଳ ଗଣକବି ବୈଷ୍ଣବ ପାଣିଙ୍କ ସ୍ମୁତି ସଂସଦ ୬୧ତମ ଉଦଯାପନୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମାହାଙ୍ଗା ଶହୀଦ ଭବନ ମଣିଯୋରି ଗୋକନ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲ ମନୋରଞ୍ଜନ ପାଣଗ୍ରାହୀ । ଯେକି ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ରହିଥିଲେ। ଅନୁଷ୍ଠାନରୁ ଉପସଭାପତି ତଥା କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି କାର୍ତ୍ତିକ ଚନ୍ଦ୍ର ବରାଳ, ମୁଖ୍ୟ ବକ୍ତା ଶିକ୍ଷାବିତ୍ ଦୀନବନ୍ଧୁ ପାତ୍ର, ସମ୍ମାନୀତ ବକ୍ତା ଆଗାମୀ ଶତାବ୍ଦୀ ସଂପାଦକ ମାସୁଦ ଅଲ୍ଲୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ଡ଼କ୍ଟର ବିଜୟା ନନ୍ଦ ସିଂ। ସ୍ଵାଗତ ଭାଷଣ ଦେଇଥିଲେ ଆଇନଜୀବୀ ଦୀପକ ମହାନ୍ତି ଓ ଅତିଥି ପରିଚୟ ଦେଇଥିଲେ ପଣ୍ଡିତ ବିକାଶ କର। ସଂପାଦକୀୟ ପାଠ କରିଥିଲେ କ୍ଷୀରୋଦ କୁମାର୍ ସାହୁ। କାର୍ଯ୍ୟକ୍ରମରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା। ସେହିପରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଣକବିଙ୍କ ରଚିତ ଗୀତିନାଟ୍ୟ ପରିବେଷଣ କରଯାଇଥିଲା। ଅକ୍ଟୋବର ୧୭ ତାରିଖରୁ ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୁତି ସଂସଦ ପକ୍ଷରୁ ଗଣକବିଙ୍କ ଜୟନ୍ତୀ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସୁରେନ୍ଦ୍ର ନାଥ ଦଳାଇ, ପବିତ୍ର ପୁହାଣ, ଶିବ ପ୍ରସାଦ ପୁହାଣଙ୍କ ସମେତ ମାହାଙ୍ଗାର ପାଣି ସାହିତ୍ୟ ପ୍ରେମୀ, କଂଗ୍ରେସ କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ।

Leave A Reply

Your email address will not be published.