ନିଜ ରକ୍ତ ଦେଇ ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ

ମାଲକାନଗିରି,୪।୧୧: ଜଣେ ଶିକ୍ଷକ ଗୋଟିଏ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ରକ୍ତ ଦେଇ ଦେଇଛନ୍ତି ମାନବିକତାର ପରିଚୟ। କିଛି ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ। ସୂଚନା ଅନୁଯାୟୀ ମାଥିଲି ବ୍ଲକ ତିମସ୍ ପୁଟ ଆଶ୍ରମ ବିଦ୍ୟାଳୟର ମମତା ମାଣ୍ଡି(୧୨) ନାମକ ପଞ୍ଚମ ଶ୍ରେଣୀର ଛାତ୍ରୀ ଅଧୟନରତ ଥିବା ବେଳେ ସିକିଲିନ ରୋଗରେ ପିଡିତ ଥିଲେ। ତେବେ ହଟାତ ମମତାଙ୍କୁ ରକ୍ତ ଅଭାବ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବା ବେଳେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳୁ କିର୍ଶାନି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥଲେ। ଡାକ୍ତର ରକ୍ତ ଦରକାର କହିବାରୁ ପ୍ରଧାନ ଶିକ୍ଷକ ରକ୍ତ ଭଣ୍ଡାର ଜାଇ ବୁଝିବାରୁ ସେଠାର “ବି” ପଜେଟିଭ୍ ରକ୍ତ ନଥିଲା। ଗୋଟିଏ ପଟେ ମମତାଙ୍କ ଅବସ୍ତା ବିଗୁଡୁଥିବା ବେଳେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ରକ୍ତ ମିଳିନଥିଲା। ତେବେ ଏହି ଖବର ମାଥିଲି ବ୍ଲକର ମେକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକ ଜାଣିବାକୁ ପାଇଥିଲେ। ତାଙ୍କ ରକ୍ତ ଗ୍ରୁପ “ବି” ପଜେଟିଭ୍ ଥିବାରୁ ତୁରନ୍ତ ମମତାର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ବାରିକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତ ଦେଇଥିଲେ। ଯାହା ଫଳରେ ମମତାଙ୍କୁ ରକ୍ତ ମିଳିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ତେବେ ରକ୍ତ ଭଣ୍ଡାରରେ ଶ୍ରୀ ବାରିକ ରକ୍ତ ଦେଉଥିବା ବେଳେ ମାଥିଲି ବ୍ଲକ ମଙ୍ଗଲ ଅଧିକାରୀ ଶିବ ଶଙ୍କର ସାହୁ, ଜିଲ୍ଲା ବସ ସଂଘର ସଦସ୍ୟ ଛବି ଦାସ ଓ ନିରଞ୍ଜନ ସ୍ବାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶ୍ରୀ ବାରିକଙ୍କ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ଏବଂ ମମତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.