ଅଲ୍ ଓଡିଶା ରଙ୍ଗ ତୂଳୀ କଳାକାର, ମାଲକାନଗିରି ଜିଲ୍ଲା କମିଟି ପକ୍ଷରୁ ପ୍ରଥମ ଜିଲ୍ଲା ସମ୍ମିଳନୀ ଅନୁଷ୍ଟିତ

ମାଲକାନଗିରି: ମାଲକାନଗିରି ସଦର ମହକୁମା ଆଓମ ଗୁରୁକୁଳ (ବିନାଶ ଅନୁଷ୍ଠାନ) ଠାରେ ଅଲ୍ ଓଡିଶା ରଙ୍ଗ ତୂଳୀ କଳାକାର, ମାଲକାନଗିରି ଜିଲ୍ଲା କମିଟି ତରଫରୁ ପ୍ରଥମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାର ରଙ୍ଗ ତୁଲୀ କଳାକାରମାନଙ୍କ ଦ୍ବାରା ସହର ବିଭିନ୍ନ ମହାପୁରୁଷଙ୍କ ପ୍ରତମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନଙ୍କ ଦ୍ଵାରା ସଂଘର ପତାକା ଉତ୍ତୋଳନ କରାଯାଇଥିଲା l ଉଦ୍ଘାଟନି ସଭାରେ ଶ୍ରୀ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଏ. ଶ୍ରୀନିବାସ ଅଚlରୀ, ଜିଲ୍ଲା ମଂଗଳ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀମତୀ ସସ୍ମିତା ସାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, କ୍ରିଷ୍ଣା ପାତ୍ର, କଳାକାର କୋରାପୁଟ ଜିଲ୍ଲା, ସମୀର ବୈରାଗୀ, ଜିଲ୍ଲା ସଭାପତି ମଲ୍ୟବନ୍ତ ଅର୍ଟିଷ୍ଟ ଏସୋସିଏସନ୍, ମାଲକାନଗିରି ଅତିଥି ଭାବେ ଯୋଗଦେଇ ଥିଲେ l ମୂଖ୍ୟ ବକ୍ତା ଭାବେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରଞ୍ଜନ ମିଶ୍ର, ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ରାଜ୍ୟର ରଙ୍ଗ ତୂଳୀ କଳାକାରଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ l ସମସ୍ତ ଜିଲ୍ଲା ସମ୍ମିଳନୀ ଶେଷ ହେବା ପରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ ଏବଂ ନୂତନ ସରକାରଙ୍କୁ ସଂଘର ୧୨ ଦଫା ପ୍ରଧାନ କରାଯିବ ଯଦି ଏହାକୁ ସରକାର କର୍ଣ୍ଣପାତ ନ କରନ୍ତି ତେବେ ରାଜ୍ୟର ରଙ୍ଗ ତୂଳୀ କଳାକାରମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ସଭାକୁ ବିଶିଷ୍ଟ ଚିତ୍ରଶିଳ୍ପୀ କେ ଦେଶି ରାଜୁ ଆଚlରି ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ୭ ଗୋଟି ବ୍ଲକ୍ ସଭାପତି ଓ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଏବଂ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା l ପରିଶେଷରେ ଜିଲ୍ଲା ସମ୍ପାଦକ ସୁକୁମାର ମଣ୍ଡଳ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ

Leave A Reply

Your email address will not be published.