ରାଷ୍ଟ୍ରୀୟ ଜନଯାତୀୟ ଗୌରବ ଦିବସ ପାଳିତ: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାରେ ୨୪ଟି ସ୍ବାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ
ମାଲକାନଗିରି: ଆଜି ସାରା ଦେଶରେ ସ୍ଵାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରୀୟ ଜନଯାତିୟ ଗୌରବ ଦିବସ ପାଳନ କରାଯାଉଛି ।ଏହି ଉତ୍ସବକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଯୋଗେ ଏହାର ଉଦଘାଟନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ଡିଏନକେ ପଡିଆ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏକ ସ୍ବତନ୍ତ୍ର ହେଲିକେପ୍ଟରରେ ଯୋଗେ ମାଲକାନଗିରି ଆସି ପହଂଚି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥିଙ୍କ ଦ୍ଵାରା ୨୪ ଗୋଟି ସ୍ଵାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କରାଯାଇଛି। ଏହି ଜନଜାତିୟ ଗୌରବ ଦିବସ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବିଧାୟକ ନରସିଂହ ମାଡକାମି, ବିଧାୟକ ମଂଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଏବଂ ୫ ହଜାରରୁ ଅଧିକ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ।