ଗରଗାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଓ ପ୍ରତିଷ୍ଠାତା ଦିବଙ୍ଗତ ଡ଼.ବସନ୍ତ ସାମଲଙ୍କ ୨୧ତମ ସ୍ମୃତି ଦିବସ ପାଳିତ

ବଡଚଣା: ବଡ଼ଚଣା ବ୍ଲକ ଗରଗାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଓ ପ୍ରତିଷ୍ଠାତା ଡ଼ ବସନ୍ତ ସାମଲଙ୍କ ୨୧ତମ ସ୍ମୃତି ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ଡ଼ ସୁଧୀର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଳନ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଧ୍ୟାପକ ଡ଼.ତୁହିନାଂଶୁ ରଥ ଯୋଗ ଦେଇ ଡ଼.ସାମଲଙ୍କ ଉଦେଶ୍ୟରେ ସ୍ମୃତି ଚାରଣ କରିବା ସହ ବର୍ତ୍ତମାନ ସମାଜରେ ଶିଶୁ ମନ୍ଦିରର ଆବଶ୍ୟକତା ଓ ତାର ବିକାଶ ଦିଗରେ ଥିବା ପ୍ରତିବନ୍ଧକ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ପରିଡା ଯୋଗ ଦେଇ ପିଲାମାନେ କିପରି ଭବିଷ୍ୟତରେ ସଫଳ ହେବେ ଓ ଜଣେ ଜଣେ ଭଲ ମଣିଷ ହେବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ରୂପେ କୁନ୍ଦଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରମିତା ରାଉତ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ ଶିଶୁ ମନ୍ଦିରର ଅବଦାନ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିପ୍ରଭା ପାତ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ଶ୍ରୀଯୁକ୍ତ ଗୌର ଚନ୍ଦ୍ର ସାମଲ, ଉପ ସଭାପତି ଶ୍ରୀଯୁକ୍ତ ବୀରବର ପାତ୍ର, କୋଷାଧକ୍ଷ ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାରାୟଣ ବାରିକ, ଶ୍ରୀଯୁକ୍ତ ବିଚିତ୍ର ଜେନା, ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି, ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପରିଡା, ଶ୍ରୀଯୁକ୍ତ ସଂଗ୍ରାମ ପରିଡା, ଶ୍ରୀଯୁକ୍ତ ବିଜୟ କୁମାର କବି, ଶ୍ରୀମାନ ଶୁଭମ ଶାଶ୍ୱତ ପୃଷ୍ଟି ପ୍ରମୁଖ ଡ଼ ବସନ୍ତ ସାମଲଙ୍କ ଉଦ୍ୟଶରେ ସ୍ମୃତି ଚାରଣ କରିଥିଲେ l ପୂର୍ବତନ ଛାତ୍ର ଡାକ୍ତର ପ୍ରଭାସ ସାହୁଙ୍କୁ ସମ୍ବର୍ଦ୍ଧନା କରି ବିଦ୍ୟାଳୟ ଗୌରବା ନବିତ ହୋଇଥିଲା । ସମସ୍ତ ଗୁରୁଜୀ/ଗୁରୁମା ଓ ଅଭିଭାବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସ୍କୁଲର ଛାତ୍ର/ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ଏଵଂ କଳା ପରିଶେଷରେ କରାଯାଇଥିଲା । ଶେଷରେ ଗୁରୁଜୀ ପିରପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.