ବଡଚଣା: ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ମା’ମଲ୍ୟାଶୁଣୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବଡଚଣାର ବିଧାୟକ ଅମର କୁମାର ନାୟକ, ଦର୍ପଣ ତହସିଲ ଦାର ମାନସ କୁମାର ତ୍ରିପାଠୀ, ବିଡ଼ିଓ ରବୀନ୍ଦ୍ର ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, କୁନ୍ଦଳ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରମିତା ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କର ବିଭିନ୍ନ ସମସ୍ୟାର ଅଭିଯୋଗକୁ ଶୁଣିଥିଲେ l ଏହି ଶିବିରରେ ମୋଟ ୧୨୯୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଲାଗି ୯୫୬, ଶୌଚାଳୟ ୮୪, ଖାଦ୍ୟ ସୁରକ୍ଷା ଯୋଜନା ଲାଗି ୧୦୪, ପାନୀୟ ଜଳ ୧, ବିଦ୍ୟୁତ୍ ଲାଗି ୩, ସାମାଜିକ ସୁରକ୍ଷା ୩୦, ସମନ୍ଵିତ ଶିଶୁ ବିକାଶ ବିଭାଗର ୧୩ ଏବଂ ତହସିଲ ସମ୍ବନ୍ଧିତ ୪୭ଟି ଅଭିଯୋଗ ଆସିଥିଲା l ସମସ୍ତ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ଅଭିଯୋଗ ଶୁଣାଣିକୁ ଆସିଥିବା ଲୋକଙ୍କ ପାଇଁ ପଞ୍ଚାୟତ ତରଫରୁ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.