ଅପରେସନ ଗ୍ରିନ କ୍ଲିନ; ୫ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଚିତ୍ରକୋଣ୍ଡା ପୋଲିସ

ମାଲକାନଗିରି, ୨୬।୧୧: ଚିତ୍ରକୋଣ୍ଡା ପୋଲିସ, ଅବକାରୀ ବିଭାଗ, ଡିଭିଏଫର ମିଳିତ ଚଢଉରେ ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତର କନ୍ଧଗୁଡ଼ା ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବଡପଦର ପଞ୍ଚାୟତ ଅନ୍ତର୍ଗତ କନ୍ଧଗୁଡା ଗ୍ରାମ ପାଖରେ ଥିବା ଜଙ୍ଗଲ ଓ ପାହାଡ ଅଞ୍ଚାଳରେ ବେଆଇନ ଭାବେ ୩୫ ଏକର ଜମିରେ ଚାଷ କରାଯାଇଥିବା ପ୍ରାୟ ୫୫,୦୦୦ରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି ମାଲକାନଗିରି ଜିଲ୍ଲା ପୋଲିସ। ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହୋଇଥାନ୍ତା। ଏହି ଗଞ୍ଜେଇ ଗଛ ନଷ୍ଟ କରିବା ଟିମର ନେତୃତ୍ୱ ନେଇଥିଲେ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା। ଆଗାମୀ ଦିନରେ ମଧ୍ୟ ଏହି ପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉ ସମୟରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବରେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା ଉପସ୍ଥିତ ଥିଲେ।

Leave A Reply

Your email address will not be published.