ମାଲକାନଗିରି: ନୀତି ଦିନିଆ ଖାଦ୍ୟରେ ମୁଖ୍ୟ ଭୂମିକା ନେଇଥିବା ଆଳୁ ପରିବାର ଦର ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଆଲୁ ଦର ଅନ୍ୟ ଜିଲ୍ଲା ତୁଳନାରେ କମ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଳୁ ଦର ୩୫ ଟପି ଯାଇଥିବା ବେଳେ କିଛି ସ୍ଥାନରେ ୪୦ରୁ ୪୫ ଟଙ୍କା ମଧ୍ୟ ବିକ୍ରୟ ହେଉଥିବା ହେତୁ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କଳା ବଜାରୀ ଓ ଦର ନିୟନ୍ତ୍ରଣ ପାଇଁ ବଜାର ଏବଂ ଆଳୁ ଗୋଦାମ ଉପରେ ଚଢାଉ କରାଯାଉଛି। ଏପରି ସ୍ଥିତିରେ କିନ୍ତୁ ମାଲକାନଗିରି ଜିଲ୍ଲାରେ ହୋଲସେଲରେ ଆଳୁ କିଣିଲେ ଗ୍ରାହାକଙ୍କୁ ଦେବାକୁ ପଡୁଛି ମାତ୍ର ୨୮ ଟଙ୍କା ୫୦ ପଇସା, ସେହିପରି ଖୁଚୁରାରେ ଆଳୁ ନେଲେ ୩ କିଲୋ ଆଳୁ ୧୦୦ ଟଙ୍କାରେ ମିଳି ଯାଉଛି। ଅନ୍ୟ ଜିଲ୍ଲା ପରି ମାଲକାନଗିରି ଜିଲ୍ଲାକୁ ମଧ୍ୟ ୟୁପିରୁ ଆଳୁ ଆସୁଥିବା ବେଳେ ଏଠାରେ ଲୋକଙ୍କୁ ଅନ୍ୟ ଜିଲ୍ଲା ତୁଳନାରେ ଶସ୍ତାରେ ଆଳୁ ମିଳୁଥିବା କୁହାଯାଉଛି। ଏ ବିଷୟରେ କିଛି ବ୍ୟବସାୟୀଙ୍କୁ ପଚାରିବାରୁ ସେମାନେ ପ୍ରକାଶ କରିଛନ୍ତି ଯେ, ଆଳୁ ଦର କମ ଥିବା ବେଳେ ଆମେ ସେଠିକାର ବ୍ୟବସାୟୀଙ୍କ ମାଧ୍ୟମରେ ୟୁପିରେ ଆଳୁ କିଣି ଗଚ୍ଛିତ ରଖୁଚୁ, ଏହାସହ ଯେଉଁ ଗାଡିରେ ଆଳୁ ୟୁପିରୁ ଆସୁଛି ସେହି ଗାଡି ଫେରିବା ସମୟରେ ମଧ୍ୟ ଭଡା ଯୋଗାଇ ଦେଉଥିବାରୁ ଆମକୁ ଗାଡି ଭଡା ମଧ୍ୟ କମି ଯାଉଛି। ଯେଉଁଥି ପାଇଁ ଆମେ ଲୋକଙ୍କୁ ଅନ୍ୟ ଜିଲ୍ଲା ତୁଳନାରେ ଆଳୁ କମ ଦରରେ ଯୋଗାଇ ଦେଉଛୁ। ତେବେ ସବୁଠାରୁ ବଡ କଥା ହେଉଛି ମାଲକାନଗିରି ଜିଲ୍ଲାକୁ ଅଧିକାଂଶ ସମୟରେ ୟୁପିରୁ ହିଁ ଆଳୁ ଆସୁଥିବା ବେଳେ ପଶ୍ଚିମବଙ୍ଗ ସରକାର ଆଳୁ ବନ୍ଦ କଲେ ମଧ୍ୟ ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁନାହିଁ।
Sign in
Sign in
Recover your password.
A password will be e-mailed to you.