ମାଲକାନଗିରି: ଏଣିକି ଆକାଶମାର୍ଗରୁ ମୁଖ୍ୟ ବିଦ୍ୟୁତ୍ ସଂଯୋଗ ଉପରେ ନଜର ରଖିବ ଡ୍ରୋନ କେମେରା । ବନ୍ୟା ବାତ୍ଯା ଓ ପ୍ରାକୃତିକ ବିପର୍ଯ୍ଯୟ ବେଳେ ଆଉ ଲୋକଙ୍କୁ ଅଧିକ ସମୟ ଧରି ବିଦ୍ଯୁତ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ମାଲକାନଗିରି ଜିଲ୍ଲା ଟାଟା ପାୱାର କମ୍ପାନୀରେ ପ୍ରଥମେ ଥର ଲାଗି ନିୟୋଜିତ ହେଲା ଡ୍ରୋନ କ୍ୟାମେରା ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହି ଡ୍ରୋନରେ ଅତ୍ୟାଧୁନିକ କେମେରା ସହ ଉନ୍ନତ ମାନର ଯନ୍ତ୍ର ବ୍ୟବହୃତ ହୋଇଛି । ଯାହା ଦ୍ଵାରା ଆକାଶମାର୍ଗରୁ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟର ତ୍ରୁଟି ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ଗ୍ରିଡ ଷ୍ଟେସନ୍ ମାନଙ୍କରେ ନଜର ରଖାଯିବ । ମାଲକାନଗିରିରେ ବହୁତ୍ ଜଙ୍ଗଲ ପାହାଡ଼ ଥିବା ଯୋଗୁଁ ଏହି ଡ୍ରୋନ ୧୨୦ ଫୁଟ୍ ଉଚ୍ଚତାରେ ୧୦ କିଲୋମିଟର ଦୂରତା ପଯ୍ୟନ୍ତ ଅତିକ୍ରମ କରି ତ୍ରୁଟି ଖୋଜିବାରେ ସାହଯ୍ୟ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଜେନା କହିଛନ୍ତି
Sign in
Sign in
Recover your password.
A password will be e-mailed to you.